ଭୁବନେଶ୍ୱରରେ ଟ୍ରାଫିକ୍‌ ଜଗିବ ଡ୍ରୋନ୍ କ୍ୟାମେରା

271
ADVERTISEMENT

ଭୁବନେଶ୍ବର,୨୬/୮(କୁନା ପ୍ରଧାନ) : ଏଣିକି ରାଜଧାନୀ ଭୁବନେଶ୍ୱରରେ ଡ୍ରୋନ୍ କ୍ୟାମେରା ଜଗିବ ଟ୍ରାଫିକ୍‌। ରବୀନ୍ଦ୍ର ମଣ୍ଡପଠାରୁ ଏୟାରପୋର୍ଟ ଛକ ଯାଏ ଡ୍ରୋନ୍ କ୍ୟାମେରା ଜଗିବା ସହ ଏହି ରାସ୍ତାକୁ ନୋ ଓଭରଟେକିଂ ଜୋନ୍ ଭାବେ ବିବେଚନା କରାଯିବ। ଏଥିସହ ଲେନ୍ ଡ୍ରାଇଭିଂ ପାଇଁ ଚାଳକଙ୍କୁ କଡ଼ା ତାଗିଦ କରାଯିବ। ଟ୍ୱିନ୍‌ ସିଟି ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏନେଇ ଆଜି ସୂଚନା ଦେଇଛନ୍ତି । ଯେଉଁ ବ୍ୟକ୍ତି ଟ୍ରାଫିକ ନିୟମ ଉଲ୍ଲଘଂନ କରିବେ ତାଙ୍କ ଉପରେ ଜରିମାନା ମଧ୍ୟ କରାଯିବ। ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଡ୍ରୋନ କ୍ୟାମେରା କଡ଼ା ନଜର ରଖିବ।

Advertisement