ହିଞ୍ଜିଳି,୨୯। ୦୭(ଇ ରଞ୍ଜନ):-ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ହିଞ୍ଜିଳି ଥାନା କାଯ୍ୟଳୟ ପରିସରରେ ହଜିଯାଇଥିବା ମୋବାଇଲ ଫେରସ୍ତ ମେଳା ଅନୁଷ୍ଠିତ ହୋଇଯାଇଛି।ଏସଡ଼ିପିଓ ସୌରବ ରଞ୍ଜନ ପ୍ରଧାନ ତତ୍ତ୍ବବଧାନରେ ଏହି ମେଳାରେ ୬୧ଟି ସ୍ମାର୍ଟ ମୋବାଇଲ ଫୋନ କୁ ସେମାନଙ୍କର ପ୍ରକୃତ ମାଲିକଙ୍କୁ ଫେରସ୍ତ କରାଯାଇଛି। ଡିଜିଟାଲ ଯୁଗରେ ଦୈନନ୍ଦିନ ଚଳଣି ଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ସେବାସୁବିଧା ପାଇବା ପାଇଁ ମୋବାଇଲ ନମ୍ବର ଗୁରୁତ୍ୱ ବହନ କରୁଛି।ତେଣୁ ମୋବାଇଲ ଜୀବନରେଏକ ଅଶଂ ପାଲଟିଛି।ଏହାକୁ ସତର୍କତା ସହ ଉପଯୋଗୀ କରିବାକୁ ପରାମର୍ଶ ଦିଆଯାଇଛି lଏହି କାଯ୍ୟକ୍ରମକୁ ଏସଡ଼ିପିଓ ସୌରଭ ରଞ୍ଜନ ପ୍ରଧାନ ପରିଚାଳନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ ସମେତ ପାଟପୁର ଥାନା ଅଧିକାରୀ କୋଟିନାଡ଼ା ଥାନା ଅଧିକାରୀ ସେରଗଡା ଜିଲ୍ଲାସ୍ତରୀୟ ପୋଲିସ ଅଧିକାରୀ ଯୋଗ ଦେଇଥିଲେ।



















