Wednesday, July 29, 2026
ADVERTISEMENT
Home ଆଞ୍ଚଳିକ ଚୋରି କରି ଲୋକଙ୍କ ମାଡ଼ ରେ ଆହତ ହୋଇଥିବା ଯୁବକ ଗିରଫ: ଗ୍ରୋସରୀ ସହ ୨୫...

ଚୋରି କରି ଲୋକଙ୍କ ମାଡ଼ ରେ ଆହତ ହୋଇଥିବା ଯୁବକ ଗିରଫ: ଗ୍ରୋସରୀ ସହ ୨୫ ହଜାର ଜବତ l

3
ADVERTISEMENT

କୁକୁଡାଖଣ୍ଡି,୨୯। ୦୭(ଇ ରଞ୍ଜନ):- କୁକୁଡାଖଣ୍ଡିରେ ଚୋରି କରିବା ଉଦ୍ୟାମ ବିଫଳ ହୋଇ ଗ୍ରାମ ଲୋକଙ୍କ ହାତ ରେ ମାଡ଼ ଖାଇ ଆହତ ହୋଇଥିବା ୨ ଅଭିଯୁକ୍ତ ଏବଂ ଫେରାର ଥିବା ଯୁବକ ସମୁଦାୟ ୩ ଅଭିଯୁକ୍ତଙ୍କୁ ନିମଖଣ୍ଡି ଥାନା ପୁଲିସ ଗିରଫ କରିଛି l ମହୁଲପଲ୍ଲୀ ଅଞ୍ଚଳରେ ଏକ ଗ୍ରୋସରୀ ଦୋକାନରେ ହୋଇଥିବା ଚୋରି ଘଟଣାରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ମୋଟରସାଇକେଲ, ଗୋଟିଏ ସ୍କୁଟି, କାତି, ଲୁହା ରଡ୍, ହାତୁଡ଼ି ଓ ନଗଦ ୨୫,୦୦୦ ଟଙ୍କା ସହ ଗ୍ରୋସରୀ ସାମଗ୍ରୀ ଜବତ କରାଯାଇଛି।ଗ୍ରାମର ଅଜିତ ପଟ୍ଟନାୟକଙ୍କ ଗ୍ରୋସରୀ ଦୋକାନରେ ଜୁଲାଇ ୨୫ ତାରିଖ ମଧ୍ୟରାତ୍ର ରେ ଚୋରି ହୋଇଥିବା ନିମଖଣ୍ଡି ଥାନା ରେ ଅଭିଯୋଗ ହୋଇଥିଲା ପୁଲିସ ଘଟଣା ରେ ସମୃକ୍ତ ଥିବା ଅଜଣା ଦୁର୍ବୃତ୍ତମାନ ଙ୍କ ଠାରୁ ଦୋକାନରୁ ଚୋରି ସାମଗ୍ରୀ ତଥା ଗ୍ରୋସରୀ ସାମଗ୍ରୀ, ଗୋଟିଏ ସ୍ମାର୍ଟୱାଚ୍ ଏବଂ ୧୦,୦୦୦ ଟଙ୍କା ନେଇ ଯାଇଥିଲେ । ଜୁଲାଇ ୨୬ ତାରିଖ ଦିନ ୧୨:୩୦ରେ ଅଜିତ ପଟ୍ଟନାୟକଙ୍କ ଲିଖିତ ଅଭିଯୋଗ କ୍ରମେ ନିମାଖଣ୍ଡି ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା।ସିସିଟିଭି ଫୁଟେଜ ଓ ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ପୁଲିସ ସୂଚନା ଅନୁଯାଇ ଭାବିନୀପୁରର ରବି ଗୌଡ଼ (୨୨) ଓ ଆଦିତ୍ୟ ସାହୁ (୨୦)ଙ୍କୁ ବୋରିଗାଁର ଗ୍ରାମବାସୀମାନେ ଅଟକ ରଖିଥିଲେ ପଚରାଉଚରା ବେଳେ ସେମାନେ ମହୁଲପଲ୍ଲୀ ଚୋରି ସହ ଅନ୍ୟ କିଛି ଚୋରିରେ ସମ୍ପୃକ୍ତ ଥିବା ସ୍ୱୀକାର କଲେ। ସେମାନଙ୍କ ସୂଚନା ଅନୁସାରେ ତୃତୀୟ ଅଭିଯୁକ୍ତ ବଳଦେବ ଓରଫ ବଲିଆ ସ୍ୱାଇଁ (୨୦)କୁ ମଧ୍ୟ ଗିରଫ କରାଯାଇଥିଲା ଗିରଫ ହୋଇଥିଲା ଏବଂ ସେମାନଙ୍କ ଠାରୁ ୨ ଟି ମୋଟର ସାଇକେଲ ଜବତ ହୋଇଛି ଓଡି ୦୭ଏ୭୭୩୩,ସ୍କୁଟି ଓଡି୦୭ବିଡ଼ି ୯୯୨୧ ଏହା ସହ କାତି, ଲୁହା ରଡ୍ ଓ ହାତୁଡ଼ିଏବଂ ଗ୍ରୋସରୀ ସାମଗ୍ରୀ ଓ ନଗଦ ୨୫,୦୦୦ ଟଙ୍କା ଜବତ କରିଥିବା ସହ ଥାନା ରେ ୨୪୨/୨୬ ମାମଲା ରୁଜୁ କରି କୋର୍ଟ ସ୍ଥାନାନ୍ତର କରାଯାଇଥିବା ନିମଖଣ୍ଡି ଥାନା ଅଧିକାରୀ କୃଷ୍ଣ ସାହା ସୂଚନା l

Advertisement