ADVERTISEMENT
Home ଆଞ୍ଚଳିକ ବୋରିଗାଁରେ ଚୋର ସନ୍ଧେହରେ ୨ ଜଣକୁ ନିସ୍ତୁକ ମାଡ଼ l

ବୋରିଗାଁରେ ଚୋର ସନ୍ଧେହରେ ୨ ଜଣକୁ ନିସ୍ତୁକ ମାଡ଼ l

2
ADVERTISEMENT

କୁକୁଡାଖଣ୍ଡି,୨୭।୦୭ (ଇ ରଞ୍ଜନ):- କୁକୁଡାଖଣ୍ଡି ନିମଖଣ୍ଡି ଥାନା ଅନ୍ତର୍ଗତ ବୋରିଗାଁ ରେ ଗତ କିଛି ଦିନ ଧରି ଚୋରି ହେଉଥିବା ନେଇ ନିମଖଣ୍ଡି ଥାନା ରେ ଅଭିଯୋଗ ହୋଇଆସୁଥିବା ହୋଇଥିଲା l ଶନିବାର ରାତ୍ର ରେ କାଳୀ ମନ୍ଦିର ସାହି ରେ ବିଳମ୍ବିତ ରାତ୍ର ଚୋରି କରିବା କୁ ଯୋଜନା ପ୍ରସ୍ତୁତି କରୁଥିବା ସମୟରେ ଗ୍ରାମର କିଛି ଯୁବକ ଚୋରି କରିବା କୁ ଆସିଥିବା ଉଭୟ ବ୍ୟକ୍ତିଙ୍କୁ ପଚାରିବୁଝିବା କୁ ଚେଷ୍ଟା କରୁଥିବା ବେଳେ ୩ ଜଣ ମଧ୍ୟରୁ ଜଣେ ଦୌଡ଼ି ପଳାଇଥିଲେ l ଅନ୍ୟ ୨ ଜଣକୁ ଗ୍ରାମବାସି ମାନେ ଅଟକ ରଖି ପଚରାଉଚରା କରିଥିବା ରୁ ଉଭୟ ଭୟ ଭିତ ହୋଇ ସତ କହିଥିଲେ l ପ୍ରଥମେ ଶନିବାର ରାତ୍ର ରେ ମହୁଲପଲ୍ଲୀ ଗ୍ରାମର ଗୋଟେ ଦୋକାନ ରେ ଚୋରି କରି ସିଗାରେଟ, ଗୁଟଖା, ଇତ୍ୟାଦି ଆସଭାବ ସାମଗ୍ରୀ ସହ କିଛି ଟଙ୍କା ନେଇ ସଫଳତା ହାସଲ କରିଥିଲେ l ପରାବର୍ତ୍ତୀ ସମୟରେ ବୋରିଗାଁ ରେ କାଳୀମନ୍ଦିର ସାହି ରେ କୌଣସି ଘର କୁ ଟାର୍ଗେଟ କରି ଚୋରି ଉଦ୍ୟମ କରିବା ସମୟରେ ଲୋକଙ୍କ ହାବୁଡ଼ରେ ପଡି ଚୋରି କରିବା ବିଫଳ ହୋଇଥିଲା l ପରେ ଗ୍ରାମବାସି ଉତ୍ୟକ୍ତ ହୋଇ ୨ ଜଣ କୁ ନିସ୍ତୁକ ଭାବେ ମାଡ଼ ମାରିବା ପରେ ନିମଖଣ୍ଡି ପୁଲିସକୁ ହସ୍ତାନ୍ତର କରିଥିଲେ l ଉଭୟଙ୍କୁ ପୁଲିସ ମେଡିକାଲ ଚିକିତ୍ସା ନିମନ୍ତେ ପଠାଇଥିବା ବୋରିଗାଁ ସମିତିସଭ୍ୟ ସନ୍ତୋଷ ସାହୁ କହିଛନ୍ତି l ପୂର୍ବରୁ ବୋରିଗାଁ ରେ ଉଦୟ ସାହୁ, ସାହେବ ସେଠି, ଟୁନା ଗୌଡ଼, ଙ୍କ ଘରେ ଚୋରି ହୋଇଥିବା ସୂଚନା ମିଳିଛି l ଆହତ ବ୍ୟକ୍ତିଙ୍କ ଭାବିନିପୁର ଅଞ୍ଚଳ ବୋଲି ଜଣାପଡିଛି l

Advertisement