ବ୍ରହ୍ମପୁର୨୬।୭(ଇ ରଞ୍ଜନ):-ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାର୍ଗିଲ ବିଜୟ ଦିବସ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଛି। ଏଥିରେ ଦିଗପହଣ୍ଡି ବିଧାୟକ ଡ଼ଃ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହିଦ ସିଙ୍ଗା ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ | ଏଥିରେ ବିଭିନ୍ନ ସାମାଜିକ ଅନୁଷ୍ଠାନ, ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇ ବୀରତ୍ୱ ର ସଂଗୀତ ଗାନ କରି ସହିଦଙ୍କ ପ୍ରତିମୂର୍ତ୍ତି ସମୁଖ ରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ ପରେ ସହିଦଙ୍କ ଫୋଟୋ ଚିତ୍ର ଧରି ଗ୍ରାମପରିକ୍ରମା କରାଯାଇଥିଲା | ଶ୍ରୀନିବାସଙ୍କ ଅତିଥ କାହାଣୀ ଉପରେ ମତବ୍ୟକ୍ତ କରାଯାଇଥିଲା ଯେ କାର୍ଗିଲ ଯୁଦ୍ଧରେ ସହିଦ ଶ୍ରୀନିବାସ ୧୯୯୯ ମସିହା ରେ ହୋଇଥିବା କାର୍ଗିଲର ଦୁର୍ଗମ ପାହାଡ଼ ଯୁଦ୍ଧ ପାଇଁ ଯାଉଥିବା ବେଳେ ପଡୋଶୀ ଦେଶ ପାକିସ୍ତାନର ଚକ୍ରାନ୍ତ ରେ ବିଭିନ୍ନ ସ୍ଥାନ ରେ ମାଟି ମଧ୍ୟରେ ଲେଣ୍ଡମାଇନିଙ୍ଗ ସଂଯୋଗ କରାଯାଇଥିବା ବେଳେ ତାଙ୍କ ଅଜଣା ତ ରେ ଧ୍ୱଂସ ବେଳେ ଶ୍ରୀନିବାସଙ୍କ ଛାତି ରେ ଏବଂ ଶରୀରର ବିଭିନ୍ନ ସ୍ଥାନ ବାଜି କ୍ଷତବିକ୍ଷେତ ହୋଇ ପ୍ରାଣବାୟୁ ଚାଲିଯାଇଥିବା ତାଙ୍କ ସହଯୋଗୀଙ୍କ ସୂଚନା l ଟାଇଗର ହିଲ୍ ଦଖଲ ପାଇଁ ଅପରେସନ୍ ଚାଲିଥାଏ। ହଜାର ହଜାର ଫୁଟ୍ ଉଚ୍ଚତା ପାହାଡ଼ , ଅମ୍ଳଜାନ କମ୍, ତା’ ଉପରେ ଶତ୍ରୁପକ୍ଷ ଉପରୁ ଗୁଳି ବର୍ଷା ।ବେଳେ ତାଙ୍କର ଦେହାନ୍ତ ପରେ ପିଠିରେ ସାଥୀଙ୍କୁ ବୋହି ଆଣିଥିଲେ l। ବିସ୍ଫୋରଣରେ ପାହାଡ଼ ଥରି ଉଠିଲା ଏଥିରେ ସମସ୍ତ ବୀର ସୌନ୍ୟ ମାନେ ଆହତ ହୋଇଥିଲେ । ଭାରତୀୟ ସେନା ଟାଇଗର ହିଲ୍ ଦଖଲ କରିବା ରେ ସଫଳତା ପାଇଥିଲେ l ଏହି ଦିବସ ପ୍ରତି ଜୁଲାଇ ୨୬ ରେ କାର୍ଗିଲ ଦିବସ ଅନୁଷ୍ଠିତ ହୋଇଯାଉଛି l ଏଥିରେ ଜଗଦଳପୁର ସମିତିସଭ୍ୟ ବି ରବୀନ୍ଦ୍ର ପାତ୍ରଙ୍କ ସମେତ ବହୁ ନେତୃତ୍ୱ ବୃନ୍ଦ ସହଯୋଗ କରିଥିଲେ l ବିଧାୟକ ଙ୍କ ଗ୍ରସ୍ତ ବେଳେ ଗ୍ରାମର ବହୁ ମହିଳା ବୃଦ୍ଧ ପେନସନ ମିଳୁନଥିବା ନେଇ ଘେରିଥିଲେ l ଗ୍ରାମର ମୁଖ୍ୟ ରାସ୍ତା ଭଙ୍ଗାରୁଜା ରୁ ଦୃଘଟଣା ବୃଦ୍ଧି ପାଉଥିବା ମଧ୍ୟ ବିଧାୟକଙ୍କୁ ସ୍ଥାନୀୟ ଲୋକେ ଅବଗତ କରାଇଥିଲେ l ଆଗାମୀ ଦିନ ରେ ବିଧାୟକ ଆଲୋଚନା କରି ଏହାର ସ୍ଥାୟୀ ନିଷ୍କର୍ଷ ନେବେ ବୋଲି ସୂଚନା ଦେଇଥିଲେ l


















