ଭୁବନେଶ୍ୱର,୨୨।୦୭(ଡ଼ି.ଏଚ ବ୍ୟୁରୋ):-ଓଡ଼ିଶା ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡ ତହସିଲ ଅନ୍ତର୍ଗତ କାଲୋସିହିରା ସର୍କିଲର ରାଜସ୍ୱ ନିରୀକ୍ଷକ ଅନିତା ଜେନା। ସେ ଜଣେ ଆବେଦନକାରୀଙ୍କଠାରୁ ତାଙ୍କ ପୈତୃକ ଜମିର ଡିମାର୍କେସନ୍ ରିପୋର୍ଟ ପ୍ରଦାନ କରିବା ପାଇଁ ୪,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଏବଂ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।

















