ରମାଦେବୀ ବିଶ୍ୱବିଦ୍ୟାଳୟ ଗେଟ୍‌ରେ ତାଲା ପକାଇଲେ ଛାତ୍ରୀ

237
ADVERTISEMENT

ଭୁବନେଶ୍ବର,୨୬/୮(କୁନା ପ୍ରଧାନ) : ଛାତ୍ର ସଂସଦ ନିର୍ବାଚନକୁ ରାଜ୍ୟ ସରକାର ବନ୍ଦ କରି ଦେଇଥିବାରୁ ଏହାର ପ୍ରତିବାଦରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଗେଟ୍‌ରେ ଛାତ୍ରୀମାନେ ଆଜି ତାଲା ପକାଇଥିଲେ । ଏହାସହ କଲେଜ ଗେଟ୍‌ ସମ୍ମୁଖରେ ବିକ୍ଷୋଭ କରିବା ସହ ଛାତ୍ରୀମାନେ ଧାରଣାରେ ମଧ୍ୟ ବସିଥିଲେ। ନିର୍ବାଚନ ବନ୍ଦ ପାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ଦାୟୀ କରି କିଛି ଛାତ୍ରୀମାନେ ମନ୍ତ୍ରୀଙ୍କ ଫଟୋରେ କଳା ବୋଳିବା ସହ ପୋଷ୍ଟର ମଧ୍ୟ ପୋଡ଼ିଥିଲେ । ତେବେ ଆଉ ଗୋଟିଏ ଗୋଷ୍ଠୀ ଛାତ୍ରୀ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ଫଳରେ ନିର୍ବାଚନ ସପକ୍ଷବାଦୀ ଓ ବିପକ୍ଷବାଦୀ ଛାତ୍ରୀ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ଛାତ୍ରୀମାନେ ଧାରଣାରୁ ଓହରିଥିଲେ। ନିର୍ବାଚନ ବନ୍ଦ କରି ରାଜ୍ୟ ସରକାର ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବୋଲି ଛାତ୍ରୀମାନେ ଅଭିଯୋଗ କରିଛନ୍ତି।

Advertisement