ADVERTISEMENT
Home ଆଞ୍ଚଳିକ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ପୂର୍ତ୍ତ ବିଭାଗର ରାସ୍ତା: ଜଗଦଳପୁର-ରତନପୁର ରାସ୍ତା ଦବି ହୋଇ ଯାଉଥିବା ଅଭିଯୋଗ...

ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ପୂର୍ତ୍ତ ବିଭାଗର ରାସ୍ତା: ଜଗଦଳପୁର-ରତନପୁର ରାସ୍ତା ଦବି ହୋଇ ଯାଉଥିବା ଅଭିଯୋଗ l

1
ADVERTISEMENT

କୁକୁଡାଖଣ୍ଡି,୨୧|୦୭(ଇ ରଞ୍ଜନ ):-ବ୍ରହ୍ମପୁର ଉପକଣ୍ଠ କୁକୁଡାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଜଗଦଳପୁର ଠାରୁ ରତନପୁର ପର୍ଯ୍ୟନ୍ତ ରାସ୍ତା ଦୁର୍ଘଟଣାର ନୂଆ ଠିକଣା ପାଲଟିଛି। ବ୍ରହ୍ମପୁର ପୂର୍ତ ବିଭାଗ ୨ ଦ୍ୱାରା ଗତ କିଛି ବର୍ଷ ତଳେ ନିର୍ମିତ ଏହି ରାସ୍ତାରେ ବ୍ୟାପକ ଅନିୟମିତତା ଯୋଗୁଁ ଏବେ ପ୍ରତିଦିନ ଛୋଟ-ବଡ଼ ଦୁର୍ଘଟଣା ବୃଦ୍ଧି ପାଉଛି l ରାସ୍ତା ନିର୍ମାଣର ୨ ବର୍ଷ ମଧ୍ୟରେ ସ୍ଥାନେ ସ୍ଥାନେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ସାଧାରଣ ଭାବେ ଗାଡି ଚାଳକ ମାନେ ଅନ୍ୟ ମନସ୍କ ହୁଅନ୍ତି ତେବେ ଜୀବନ ଯିବା ଥୟ ବୋଲି ବିବେଚନା କରାଯାଇଛି l ଅନ୍ୟପଟେ ବର୍ଷା ଦିନେ ପାଣି ଜମି ରହୁଥିବାରୁ ଯାନବାହାନ ଚଳପ୍ରଚଳ ବେଳେ ଖାଲ ଆକଳନ କରିପାରୁନାହାନ୍ତି l ଏହି ରାସ୍ତା ଦେଇ ଜନପ୍ରତିନିଧି ମାନେ ଗମନାଗମନ କରନ୍ତି କିନ୍ତୁ ଏହା ପ୍ରତି ଦୃଷ୍ଟି ପଡୁନଥିବା ଅଭିଯୋଗ ହୋଇଛି ।ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ,ବହୁ ଲୋକଙ୍କ ର ଦୃଘଟଣା ରେ ଆଘାତ ବାଜିଥିବା ବେଳେ କେତେକ ଲୋକେ ମୁର୍ତ୍ୟୁବରଣ ବି ଘଟିଛି ବିଶେଷ କରି ରାତି ସମୟରେ ବାଇକ୍ ଆରୋହୀମାନେ ଖାଲରେ ପଡ଼ି ଆହତ ହେଉଛନ୍ତି। ସ୍କୁଲ ପିଲା ଓ ରୋଗୀ ନେଉଥିବା ଆମ୍ବୁଲାନ୍ସ ମଧ୍ୟ ଏହି ରାସ୍ତାରେ ଯିବା କଷ୍ଟକର ହୋଇପଡିଛି।ଗ୍ରାମବାସୀ ବାରମ୍ବାର ଅଭିଯୋଗ ଜଣାଇଲେ ବି କୌଣସି ପଦକ୍ଷେପ ନିଆଯାଉନାହିଁ। ଲୋକଙ୍କତୁରନ୍ତ ରାସ୍ତାର ମରାମତି କରାଯାଉ।ନିମ୍ନମାନର କାମ ପାଇଁ ଦାୟୀ ଠିକାଦାର ଓ ଅଧିକାରୀଙ୍କ ବିଦାବି ରୋଧରେ କାର୍ଯ୍ୟାନୁଷ୍ଠାନ ହେଉ।ଭବିଷ୍ୟତରେ କାମର ଗୁଣାତ୍ମକ ମାନ ଯାଞ୍ଚ ପାଇଁ ତୃତୀୟ ପକ୍ଷ ନିରୀକ୍ଷଣ ବ୍ୟବସ୍ଥା କରାଯାଉ।

Advertisement