ପୁରୀ,୧୮।୦୭(ଡ଼ି.ଏଚ ବ୍ୟୁରୋ):-ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିlଲା ତିନି ରଥ । ଆଜି ଘୋଷଯାତ୍ରାର ତୃତୀୟ ଦିବସରେ ଆଡ଼ପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ରଥ ଉପରେ ମହାପ୍ରଭୁଙ୍କ ସଂଧ୍ୟାଧୂପ ସରିବା ପରେ ଆରମ୍ଭ ହେବ ପହଣ୍ଡି ବିଜେ । ସେଥିପାଇଁ ସେବାୟତ ଓ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇ ଥିବାବେଳେ ରଥ ଉପରେ ମହାପ୍ରଭୁଙ୍କର ଦର୍ଶନ କରିବା ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି ।

















