ଅନୁଗୋଳ,୧୬|୦୭(ଡ଼ି.ଏଚ ବ୍ୟୁରୋ):-ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସ ଛେଣ୍ଡିପଦା ମଶାଣି ନିକଟରେ ଏକ କାରକୁ ଜବତ କରି ୩୦.୨୫ ଗ୍ରାମରୁ ଉର୍ଦ୍ଧ୍ବ ଓଜନର ବ୍ରାଉନସୁଗାର, ନଗଦ ୬ ଲକ୍ଷ ୩୧ ହଜାର ଟଙ୍କା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ଜଳେଶ୍ୱର ଶାସନବାଡ଼ାର ସେକ୍ ସହିଦ ଓ ଛେଣ୍ଡିପଦା ଥାନା ବାଲିପଟା ଗାଁର ରଞ୍ଜିତ କୁମାର ସାହୁ ହୋଇଥିବାବେଳେ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ଛେଣ୍ଡିପଦା ପୋଲିସ ।















