ସମ୍ବଲପୁର ,୧୪।୦୭(ଡ଼ି.ଏଚ ବ୍ୟୁରୋ):- ସମ୍ବଲପୁର ସଦର ଥାନା ଅନ୍ତର୍ଗତ ବାରିବନ୍ଧ ଅଞ୍ଚଳରେ ଭାରସାମ୍ୟ ହରାଇ ଏକ ଟ୍ରକ୍ ଘର ଭିତରକୁ ପଶିଯିବା ଫଳରେ ଶୋଇଥିବା ଅବସ୍ଥାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ, ତାଙ୍କର ୩ ବର୍ଷୀୟ ପୁଅ ଗୁରୁତର ଆହତ ହୋଇମେଡିକାଲ ରେ ଭର୍ତି । ଘରେ ସମସ୍ତେ ଶୋଇଥିବା ବେଳେ ହଠାତ୍ ଟ୍ରକ୍ ଟି ନିୟନ୍ତ୍ରଣ ହରାଇ ଘରର କାନ୍ଥ ଭାଙ୍ଗି ଘର ଭିତରକୁ ପଶି ଯାଇଥିଲା ।


















