ଭୁବନେଶ୍ୱର,୧୩|୦୭(ଡ଼ି.ଏଚ ବ୍ୟୁରୋ):- ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ITDAର ସହକାରୀ ନିର୍ଦ୍ଦେଶକ ସଞ୍ଜୟ କୁମାର କେସପେଟା l ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କ କୋରାପୁଟ ସହରର ଟିକିରା ସାହି ସ୍ଥିତ ବାସଭବନ ସମେତ ଭୁବନେଶ୍ୱର, ରାଉରକେଲାରେ ଏକକାଳୀନ ଭାବେ ଚଢ଼ାଉ ଜାରି ରହିଛି। ଏହାସହ କୋରାପୁଟରେ ଥିବା ତାଙ୍କ ଏକ ଚାରି ମହଲା ବିଳାସପୂର୍ଣ୍ଣ ହୋଟେଲରେ ମଧ୍ୟ ଚଢ଼ାଉ ଜାରି ରହିଛି ।

















