କୁକୁଡ଼ାଖଣ୍ଡି ତହସିଲ ପକ୍ଷରୁ ବେଆଇନ ମୋରମ ଚାଲାଣ କରୁଥିବା ୪ଗାଡ଼ି ଜବତ l

3
ADVERTISEMENT

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ଅଞ୍ଚଳ ତଥା ମହୁଡା, ବାଲିପଡ଼ା, ବରପଲ୍ଲୀ, ବାଘଲଟି, ଆଙ୍କୁଶପୁର, ମସିହାଖାଲି ପ୍ରଭୁତି ଅଞ୍ଚଳ ରେ ଦୀର୍ଘ ଦିନ ଧରି ଏହି ଅଞ୍ଚଳ ମାନଙ୍କ ରେ ସରକାର ନିୟମ କୁ ଫୁ କରି ଅନିୟମିତତା ରେ ଖଣିଜ ଦ୍ରବ୍ୟ କିଛି ମାଫିଆ ଚାଲାଣ କରୁଥିବା ବେଳେ ଖଣି ବିଭାଗ ନିରବ ରହୁଥିବା ବେଳେ ଆଜି ଅଚାନକ ତହସିଲଦାର ଙ୍କ ନେତୃତ୍ୱ ରେ ମୋରମ ଚାଲାଣ ଉପରେ ଧରପଗଡ କରିଛି ତହସିଲ ପ୍ରଶାସନ l ମୋରମ ହରିଲୁଟ ହେଉଥିବା ନେଇ ଖବର ପ୍ରକାଶିତ ପରେ ଗତକାଲି ବିଳମ୍ବିତ ରାତିରେ କୁକୁଡ଼ାଖଣ୍ଡି ତହସିଲଦାର ରାଜ କିଶୋର ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଏକ ଆର.ଆଇ ଟିମ୍ ଓ ଖଣି ବିଭାଗ ମିଳିତ ଭାବେ ବେଆଇନ ମୋରମ ଚାଲାଣ ରୋକିବାକୁ ଚଢ଼ାଉ କରିଥିଲେ। ବୋରିଗାଁ ଆର.ଆଇ ସର୍କଲ ଅନ୍ତର୍ଗତ ବାରପଲ୍ଲୀ ମୌଜାରୁ ଓଆର୧୪କ୍ଯୁ୬୬୧୫ ଗାଡି କୁ ଜବତ କରିଥିବା ବେଳେ । ଓଡି ୦୫ବିୱାଇ୦୫୪୪,ଓଡି ୦୫ବିୱାଇ ୦୫୩୧, ଓଡି୦୫ବିୱାଇ୦୫୮୩ ହାଇୱା ଟ୍ରକ କୁ ଜବତ କରି ନିକଟସ୍ଥ ଥାନା କୁ ହସ୍ତାନ୍ତର କରାଯାଇଛି । ଲାଠି ଆର ଆଇ ସର୍କଲ ଅନ୍ତର୍ଗତ ମହୁଦା ମୌଜାରୁ ଜବତ। ଗୋଳନ୍ଥରା ଥାନାକୁ ହସ୍ତାନ୍ତର କରାଯାଇଛି l ଏଭଳି ଅନେକ ସ୍ଥାନ ମାନଙ୍କ ରେ ରାତ୍ର ସମୟ ରେ ଅସାଧୁ ବ୍ୟକ୍ତି ମାନେ ନିଜର ସ୍ୱାର୍ଥ ସମ୍ବଳ ଉର୍ନତି କରିବା ରେ ସହାୟକ ହୋଇଛନ୍ତି l ପ୍ରଶାସନ ଏମାନଙ୍କୁ ନଜିର ରଖି ଚଢ଼ାଉ କରିବା କୁ ତହସିଲଦାର ରାଜକିଶୋର ପଟ୍ଟନାୟକଙ୍କ ନେତୃତ୍ୱରେ ରାଜସ୍ୱ ନିରୀକ୍ଷକ ନଜିର ରହିଛି l ଗତକାଲି ଚଢ଼ାଉ ବେଳେ ତହସିଲର ଆର.ଆଇ ରମେଶ ଜେନା, ନୀଳାଞ୍ଚଳ ବେହେରା, ଜୀବନଜ୍ୟୋତି ସାହୁ, ସୁଶାନ୍ତ ପାତ୍ର, ରାଜେଶ ପଟ୍ଟନାୟକ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ। ବେଆଇନ ଖଣିଜ ପରିବହନ ରୋକିବାକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ତହସିଲ ପ୍ରଶାସନ ପକ୍ଷରୁ ସୂଚନା ରହିଛି ।

Advertisement