ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

3
ADVERTISEMENT

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ଏକ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ର ପୋଡ଼ମପେଟା ଓ ଡି ଆର ପି କଲୋନୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉଦଘାଟନ ହୋଇଯାଇଛି l ଅନୁଷ୍ଠାନର ନିର୍ଦ୍ଧେଶକ ମନୋଜ ବିଶ୍ୱାଳଙ୍କ ପରାମର୍ଶକ୍ରମେ 20 ଜଣ ଛାତ୍ର ଛାତ୍ରୀଙ୍କୁ ଶିବିରରେ ଯୋଗ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଛି l ଉଦଘାଟନ ସମାବେଷରେ ଓଡିଶା ସାମ୍ବାଦିକ ସଙ୍ଘର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଅନୁଷ୍ଠାନ ର ଏ ପି ଓ ଉମାକାନ୍ତ ବେହେରା ଯୋଗଦେଇ ଏହାର ଶୁଭ ଉଦଘାଟନ କରିବା ସହ ଯୋଗାଭ୍ୟାସ ଶାରୀରିକ ସୁସ୍ଥତା ସହ ମାନସିକ ବିକାଶ ର ସାହାୟକ ହୋଇଥାଏ ବୋଲି ପ୍ରକାଶ କରିଥିଲେ l ଯୋଗ ପ୍ରଶିକ୍ଷକ ସି ଏଚ ଗୌରହରି ଯୋଗ ପ୍ରଶିକ୍ଷଣ ପ୍ରଦାନ କରୁଥିବା ବେଳେ ଜେ. ଟିଟୁ ଓ ସି ଏଚ ପଦ୍ମିନୀ ଶିବିର ପରିଚାଳନା କରୁଛନ୍ତି lଉକ୍ତ କାର୍ଯ୍ୟକ୍ରମକୁ ସ୍ତାନୀୟ ଅଂଚଳବାସୀ ଙ୍କ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି l

Advertisement