ଭୁବନେଶ୍ୱର,୦୯।୦୭(ଡ଼ି.ଏଚ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦିତ ହୋଇଥିବା ବେଳେ ଏବେ ବିଧିବଦ୍ଧ ଭାବେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି।ବର୍ତ୍ତମାନ ଯୁକ୍ତ ଦୁଇରେ ନାମଲେଖା ଫି’କୁ ସଂପୂର୍ଣ ଭାବେ ମାଗଣା କରାଯାଇଛି। ଯୁକ୍ତ ତିନି ତଥା ସ୍ନାତକ ଏବଂ ସ୍ନାତକୋତ୍ତର (ପିଜି)ରେ ନାମଲେଖା ପାଇଁ ମଧ୍ୟ କୌଣସି ଫି’ ନିଆଯିବ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
















