କେନାଲ ଅବରୋଧ ମାମଲା: ନିମଖଣ୍ଡି ଥାନାରେ ସମାଧାନ, ଜଳସେଚନ ପାଇଁ ଡ୍ରେନ ନିର୍ମାଣ ଆରମ୍ଭ l

2
ADVERTISEMENT

କୁକୁଡ଼ାଖଣ୍ଡି,୭।୭(ଇ ରଞ୍ଜନ):- ଚାଷୀଙ୍କ ଅନୁରୋଧ ଏବଂ ଖବର ପ୍ରକାଶିତ ପରେ ଜଗଦଳପୁର ଗ୍ରାମର କେନାଲ ଅବରୋଧ ମାମଲାର ସମାଧାନ ହୋଇଛି। ନିମଖଣ୍ଡି ଥାନା ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା ପରେ ଜମି ମାଫିଆଙ୍କୁ ତାଗିତ କରାଯାଇଛି ଏବଂ ତୁରନ୍ତ ଜଳସେଚନ ବ୍ୟବସ୍ଥା ସୁଧାରିବାକୁ ନିର୍ଦେଶ ଦିଆଯାଇଛି।ଉଲ୍ଲେଖଯୋଗ୍ୟ, ରୁଷିକୁଲ୍ୟା ମେନ କେନାଲର ଶାଖା ଅବରୋଧ ହେତୁ ଜଗଦଳପୁର ଗ୍ରାମର ପ୍ରାୟ ୨୦୦ ଏକର ଜମି ଜଳସେଚନରୁ ବଞ୍ଚିତ ହୋଇଥିବା ନେଇ ବହୁ ଚାଷୀ ଜିଲ୍ଲାପାଳ,ଉପଜିଲ୍ଲାପାଳ, ଜଳସେଚନ ବିଭାଗ,କୁକୁଡାଖଣ୍ଡି ତହସିଲଦାର, ବିଡ଼ିଓ,ଆର.ଆଇ ଏବଂ ନିମଖଣ୍ଡି ଥାନା ରେ ଅଭିଯୋଗ କରିଥିଲେ l ଅଭିଯୋଗରେ ଦର୍ଶାଯାଇଥିଲା ଯେ କିଛି ଜମି ବେପାରୀ ପ୍ଲଟ ଏବଂ ରାସ୍ତା ନିର୍ମାଣ ପାଇଁ କେନାଲ ର ପାର୍ଶ୍ୱ ଦେଇ ଜଳ କାଢ଼ା ନାଳ ଦେଇ ଜମି କୁ ଜଳ ସେଚନ ନିମନ୍ତେ ଦୀର୍ଘ ବର୍ଷ ବର୍ଷ ଦେଇ ଯାଉଥିଲା ସେ ଗୁଡିକ ଜମି ବେପାରୀ ପ୍ଲଟ ନିର୍ମାଣ କରିବା ଉଦେଶ୍ୟ ନେଇ ଭାଙ୍ଗିଦେଇଥିବା ନେଇ ନିମଖଣ୍ଡି ଥାନା ରେ ଚାଷୀ ଙ୍କ ଅନୁରୋଧ କରାଯାଇଥିଲା ଏ ସମ୍ପର୍କ ରେ ଖବର ପ୍ରସାରଣ କରାଯାଇଥିବା ପରେ ପୁଲିସ ପ୍ରଶାସନ ତତ୍ପର ହୋଇଥିଲା। ନିମଖଣ୍ଡି ଥାନା ଅଧିକାରୀ କୃଷ୍ଣ ସାହାଙ୍କ ମଧ୍ୟସ୍ଥତାରେ ଉଭୟ ବିଲଡର ଏବଂ ଚାଷୀ ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଥାନା ଅଧିକାରୀ ଜମି ବେପାରୀଙ୍କୁ କଡ଼ା ତାଗିତ କରିବା ସହ ତୁରନ୍ତ ଜଳସେଚନ ବ୍ୟବସ୍ଥା ସୁଧାରିବା କରିବାକୁ କହିଥିଲେ।ଏହାପରେ ଜମି ବେପାରୀ ସଞ୍ଜୟ ଚୌଧୁରୀ ନିଜେ ଅବରୋଧ ହୋଇଥିବା ନାଳରୁ ମାଟି ଉଦ୍ଧାର କରି ଜଳସେଚନ ପାଇଁ ନୂଆ ଡ୍ରେନ ନିର୍ମାଣ କାମ ଆରମ୍ଭ କରିଥିବା ଜଣାପଡିଛି। ଏହି ପଦକ୍ଷେପ ଯୋଗୁଁ ଜଗଦଳପୁର ଗ୍ରାମର ଚାଷୀମାନେ ଆଶ୍ୱସ୍ତ ହୋଇଛନ୍ତି। ସମୟରେ ଜଳସେଚନ ମିଳିଲେ ଧାନ ଚାଷ ଠିକ୍ ଭାବେ ହୋଇପାରିବ ବୋଲି ସ୍ଥାନୀୟ କୃଷକମାନେ କହିଛନ୍ତି।

Advertisement