ଭୁବନେଶ୍ୱର,୭।୭(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ପରିବହନ ବିଭାଗ ଗାଡ଼ିଗୁଡ଼ିକର ଇନସ୍ୟୁରାନ୍ସ ଫିଟନେସ ଓ ପରମିଟକୁ ନେଇ ଆରମ୍ଭ କରିଛି ଜୋରଦାର ଚେକିଂ। ଏଣିକି ଗାଡ଼ିର ଇନସୁରାନ୍ସ, ଫିଟନେସ ଏବଂ ପରମିଟ୍ ନଥିଲେ ରାସ୍ତାରେ ଚାଲି ପାରିବନି ଗାଡ଼ି। ଆଜିଠାରୁ ଏହାକୁ କଡ଼ାକଡ଼ି କରିବାକୁ ଯାଉଛି ପରିବହନ ବିଭାଗ।
















