ରୋଷେଇ ବେଳେ ଗ୍ୟାସ ସିଲିଣ୍ଡର ଫାଟି ତିନି ଗୁରୁତର ।

2
ADVERTISEMENT

ବ୍ରହ୍ମପୁର,୦୬।୦୭(ଡ଼ି.ଏଚ ବ୍ୟୁରୋ):-ଆସିକା ବ୍ଲକ ତାଳୁକା ଛକରେ ଅଘଟଣ । ରୋଷେଇ ବେଳେ ଗ୍ୟାସ ସିଲିଣ୍ଡର ଫାଟି ତିନି ଶ୍ରମିକ ଗୁରୁତର l ଗୁରୁତର ମାନେ ହେଲେ ବାଲାଜୀ ବିଷୋୟୀ, ମାଧବ ବେହେରା କାଳନ୍ଦୀ ସିଂହ l ଏମାନେ ସମସ୍ତେ ନୟାଗଡ଼ ଅଂଚଳର ହୋଇଥିବା ବେଳେ ଆସିକାରେ ଶ୍ରମିକ ଭାବେ କାମ କରୁଥିଲେ l ଆଜି ସକାଳେ ଘରେ ରୋଷେଇ କରିବା ସମୟରେ ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିଯିବାରୁ ଗୁରୁତର ହୋଇଥିଲେ l ସେମାନଙ୍କ ହାତ ଓ ଗୋଡ଼ ପୋଡି ଯାଇଥିବା ବେଳେ ଗୁରୁତର ମାନଙ୍କୁ ଉଦ୍ଧାର କରି ଆସିକା ମେଡିକାଲରେ ଭର୍ତ୍ତି କରାଯାଇଛି l ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିବା ବେଳେ ଗୁରୁତର ହୋଇଥିବା ଶ୍ରମିକ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି l

Advertisement