ଭଞ୍ଜନଗର ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।

1
ADVERTISEMENT

ଭଞ୍ଜନଗର,୫।୭(ଡ଼ି.ଏଚ ବ୍ୟୁରୋ):-ଗଂଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ଲୋହରାଖଣ୍ଡି ଓ ବଡ଼ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି । ସହର ଏବଂ ଉପକଣ୍ଠ ଗ୍ରାମାଞ୍ଚଳରେ ବର୍ଷାର ପ୍ରଭାବରେ ଅନେକ ଚାଷଜମି ବର୍ଷାପାଣିରେ ବୁଡ଼ି ରହିଥିବାବେଳେ ଜମି ଉପରେ ପାଣି ଲହରି ମାରୁଛି । ଯାହା ଧାନ ତଳି ଓ ପରିବା ଚାଷ ପାଇଁ ଚିନ୍ତାର କାରଣ ପାଲଟିଛି ।

Advertisement