ଲୋଚାପଡ଼ା ପଞ୍ଚାୟତରେ ସୁଭଦ୍ରା ଶକ୍ତି ସମାବେଶ ।

3
ADVERTISEMENT

କୁକୁଡାଖଣ୍ଡି,୦୪।୦୭(ଇ ରଞ୍ଜନ):-ଗୋପାଳପୁର ନିର୍ବାଚନୀ ମଣ୍ଡଳ ଅନ୍ତର୍ଗତ ଲୋଚାପଡ଼ା ପଞ୍ଚାୟତରେ ସୁଭଦ୍ରା ଶକ୍ତି ସମାବେଶ ଅନୁଷ୍ଠିତ ହୋଇଯାଇଛି । ମହିଳା ସଶକ୍ତିକରଣ, ସ୍ୱାବଲମ୍ବନ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଉଦ୍ୟୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଆୟୋଜିତ ଏହି ସମାବେଶରେ ବହୁ ସଂଖ୍ୟକ ସୁଭଦ୍ରା ହିତାଧିକାରୀ ମହିଳା ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମରେ କୁକୁଡ଼ାଖଣ୍ଡି ବ୍ଲକର ବିଡିଓ ପଲ୍ଲବୀ ସ୍ୱାଇଁ, ଲୋଚାପଡ଼ା ପଞ୍ଚାୟତର ସରପଞ୍ଚ ମୋହନ ଦାସ,ସମିତିସଭ୍ୟ, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ ଏବଂ ସୁଭଦ୍ରା ଯୋଜନାର ହିତାଧିକାରୀ ମାନେ ଉପସ୍ଥିତ ଥିଲେ ।ସମାବେଶ ଅବସରରେ ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟର ଖଣି ଓ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସିଧାସଳଖ ମହିଳାମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ମହିଳାମାନେ ସୁଭଦ୍ରା ଶକ୍ତି ଅଧୀନରେ ଚାଲିଥିବା ବିଭିନ୍ନ ଉଦ୍ୟୋଗ, ରୋଜଗାର ସୃଷ୍ଟି ଏବଂ ସ୍ୱାବଲମ୍ବନ ଦିଗରେ ସେମାନଙ୍କ ଅନୁଭୂତି ଓ ସଫଳତା ସମ୍ପର୍କରେ ଅବଗତ କରାଇଥିଲେ।ପିଇଓ ଚିନ୍ମୟ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Advertisement