ଜଳସେଚନ କେନାଲ ଅବରୋଧ ଅଭିଯୋଗ: କୃଷକଙ୍କ ପତ୍ର ପରେ ତତ୍ପର ହେଲେ ପ୍ରଶାସନ l

2
ADVERTISEMENT

କୁକୁଡ଼ାଖଣ୍ଡି,୦୩|୦୭(ଇ ରଞ୍ଜନ):-କୁକୁଡ଼ାଖଣ୍ଡି,ବ୍ଲକ ଅନ୍ତର୍ଗତ ଜଗଦଳପୁର ନିମଖଣ୍ଡି ଦେଇ ଯାଇଥିବା କେନାଲ ର ଜଳ ଚାଷ ଜମି କୁ ଜଳସେଚନ ନିମନ୍ତେ କାଢ଼ା ବିଭାଗ ର ଜଳ କୁ କିଛି ଅସାଧୁ ଜମି ମାଫିଆଙ୍କ ଅବରୋଧ ହେତୁ ପ୍ରାୟ ୨୦୦ ଏକର ଚାଷ ଜମି ଜଳସେଚନରୁ ବଞ୍ଚିତ ହେବା ନେଇ ଜଣେ କୃଷକ କୁକୁଡ଼ାଖଣ୍ଡି ତହସିଲଦାର, ଉପ ଜିଲ୍ଲାପାଳ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି l ଜଗଦଳପୁର ଗ୍ରାମର ସମସ୍ତ ଚାଷୀ ଅଭିଯୋଗ ଅନୁଯାଇ ଉଲ୍ଲେଖ କରିଛନ୍ତି ଯେ, ରୁଷିକୁଲ୍ୟା ମେନ କେନାଲର 8ନଂ ଓ 9ନଂ କେନାଲ କୋଡ଼ିଡର ଅଧୀନରେ ପୂର୍ବରୁ ତାଙ୍କର ସମସ୍ତ ଚାଷ ଜମିକୁ ଜଳସେଚନ ହେଉଥିଲା। ମାତ୍ର କେତେକ ଜମି ମାଫିଆ ଜମିକୁ ଭାଙ୍ଗି ସେଠାରେ ନୂଆ ରାସ୍ତା ନିର୍ମାଣ କରି ଅନ୍ୟ ଜମିକୁ ଜଳସେଚନ କରିବା ନିମନ୍ତେ ବାଧା ସୃଷ୍ଟି କରୁଛନ୍ତି। କେତେ ସରକାରୀ ଜମି କୁ ଅକ୍ତିଆର କରି ନିଜ ଇଚ୍ଛା ମୁତାବକ ବିକ୍ରି କରି ଫାଇଦା ଉଠାଉଛନ୍ତି l ଏହା ଫଳରେ ଜଗଦଳପୁର ଗ୍ରାମର ପ୍ଲଟ ନଂ 910, 919, 918, 917, 919 ଆଦିରେ ଥିବା ଜମି ଜଳସେଚନରୁ ବଞ୍ଚିତ ହୋଇଛି। ପୂର୍ବରୁ ଜଳସେଚନ ବିଭାଗ ପକ୍କା ରାସ୍ତା ତିଆରି କରି କେନାଲ ସୁରକ୍ଷିତ କରିଥିବା ବେଳେ ଏବେ ସେହି ରାସ୍ତାକୁ ଅବରୋଧ କରି ଜମି ମାଫିଆମାନେ ରାସ୍ତା ତିଆରି କରିଥିବା ଅଭିଯୋଗରେ ହୋଇଛି।ଏହି ଅଭିଯୋଗ ପତ୍ର ନକଲ କୁକୁଡ଼ାଖଣ୍ଡି ବିଡିଓ ପଲ୍ଲବୀ ସ୍ୱାଇଁ, ତହସିଲଦାର ରାଜକିଶୋର ପଟ୍ଟନାୟକ ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳ ଅଭିନାଶ କୁମାରଙ୍କୁ ପ୍ରେରଣ କରାଯାଇଛି।ଅଭିଯୋଗ ପାଇବା ପରେ ସମ୍ପୃକ୍ତ ଅଧିକାରୀମାନେ ତୁରନ୍ତ ତଦନ୍ତ କରି ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି। କୃଷି ଋତୁ ଆରମ୍ଭ ହୋଇଥିବା ବେଳେ ଜଳସେଚନ ବନ୍ଦ ହେଲେ କୃଷକମାନେ ବଡ଼ କ୍ଷତିର ସମ୍ମୁଖୀନ ହେବେ ବୋଲି ସ୍ଥାନୀୟ ଚାଷୀ ମାନେ ଆଶଙ୍କା ପ୍ରକାଶ କରି ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି।

Advertisement