ଛତ୍ରପୁର,୦୩|୦୭(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ କିଲ୍ଲା ଛତ୍ରପୁର ପୋଡ଼ମପେଟାରେ ସମୁଦ୍ର କୂଳ ଲଙ୍ଘିଥିବା ଦେଖିବାକୁ ମିଳୁଛି | ଯାହା ଫଳରେ ପାଳିବନ୍ଧ ପଂଚାୟତର ୩ଟି ଗ୍ରାମ ଓ ରାମଗଡ଼ ପଂଚାୟତର ୭ରୁ ଅଧିକ ଗ୍ରାମର ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି | ସେହିପରି ବାଲେଶ୍ୱର ନିକଟବର୍ତ୍ତୀ ଦୀଘା ସମୁଦ୍ରରେ ଉଠିଲା ୧୦ ଫୁଟର ଉଚ୍ଚ ଜୁଆର । ସୁରକ୍ଷା ବନ୍ଧ ଡେଇଁ ଦୀଘା ସହର ଭିତରକୁ ପାଣି ପଶିବା ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଥିବା ଦେଖିବାକୁ ମିଳିଛି ।

















