ଭୁବନେଶ୍ୱର,୦୨।୦୭(ଡ଼ି.ଏଚ ବ୍ୟୁରୋ):-ରାଜ୍ୟ କ୍ୟାବିନେଟର ୪୩ତମ ବୈଠକରେ ରାଜ୍ୟର ବିକାଶ ପାଇଁ ମୋଟ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଲା ମୋହର । ତେବେ ଏହା ମଧ୍ୟରୁ ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି” ଯୋଜନାରେ ମୁଖ୍ୟମନ୍ତ୍ରୀ କhiଛନ୍ତି ଯେ, ଏହି ଯୋଜନା ମାଧ୍ୟମରେ ରାଜ୍ୟର କେ.ଜି (KG) ରୁ ପି.ଜି (PG) ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ମାଗଣା ଶିକ୍ଷା ପ୍ରଦାନ କରାଯିବ।

















