ବୌଦ୍ଧ,୦୨।୦୭(ଡ଼ି.ଏଚ ବ୍ୟୁରୋ):-ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା କାହ୍ନା ନାମକ ବରଯାତ୍ରୀ ବସ୍। ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇ ପୁରୁଣାକଟକ ହସ୍ପିଟାଲରେ ଭର୍ତ୍ତି । ଖବର ପାଇ ସୁଡ଼ୁରୁକୁମ୍ପା ପୋଲିସ ଏବଂ ପୁରୁଣା କଟକ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।


















