ନବଜୀବନ ଆଶ୍ରମରେ ଅନୁଭଵ ମୂଳକ ଶିକ୍ଷା କାର୍ଯ୍ୟକ୍ରମ l

3
ADVERTISEMENT

ଗଞ୍ଜାମ,(ଋଷିକେଶ ବେହେରା):-ମୋ ଯୁବ ଭାରତ ପକ୍ଷରୁ ଗଞ୍ଜାମ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଦିଗଦର୍ଶନ ଫାଉଣ୍ଡେସନ ଆନୁକୂଲ୍ୟରେ ସ୍ତାନୀୟ ମଦନ ମୋହନ ପୁର ନବଜୀବନ ଆଶ୍ରମରେ ଅନୁଭବ ମୂଳକ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ବେଛାସେବୀ ଅନୁଷ୍ଠାନ ର ପ୍ରତିଷ୍ଟାତା ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼ ଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ପ୍ରଶିକ୍ଷକ ଚନ୍ଦନ ନାୟକ ଉପସ୍ଥିତ ଶିବିରାର୍ଥିଙ୍କୁ ବିଭିନ୍ନ ଯୋଗ ଓ ପ୍ରଣା୍ୟାମ ଶିକ୍ଷା ଦାନ କରିବା ସହ ତାର ଉପକାରୀତା ସମ୍ପର୍କରେ ବୁଝାଇ ଥିଲେ l ଅନୁଷ୍ଟାନର ସଭାପତି ରାକେଶ କୁମାର ନାୟକଙ୍କ ତତ୍ୱାବଧାନରେ ଶିବିର ରେ ରହୁଥିବା ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ନେଇ ମି୍ୟୁଜିକ ଚେୟାର ଆୟୋଜିତ କରାଯାୟୀ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା l ଶେଷରେ ଅନୁଷ୍ଠାନର ନିର୍ଦ୍ଧେଶକ ଉମାକାନ୍ତ ବେହେରାଙ୍କ ସଭାପତିତ୍ୱରେ ଏକ ସଭାରେ ମୁଖ୍ୟଅତିଥି ଭାବେ ବାଳା ଶ୍ରମ ର ମୁଖ୍ୟ ପରିଚାଳକ ସୁଶାନ୍ତ ମହାରଣା , ସମ୍ମାନିତ ଅତିଥିଭାବେ ଫାର୍ମାସିଷ୍ଟ ସୁନୀଲ କୁମାର ସାବତ , ସମାଜସେବୀ ଅଜୟ ବେହେରା ପ୍ରମୁଖ ମଞ୍ଚାସିନ ରହିଥିଲେ l ଅନୁଭବ ମୂଳକ ଶିକ୍ଷା କୁ ନେଇ ଶିକ୍ଷା ଚକ୍ର ପ୍ରତ୍ୟକ୍ଷ ଅନୁଭୂତି, ପ୍ରତିଫଳନ ମୂଳକ ଅନୁଧ୍ୟାନ, ଅମୃତ ଧାରଣା ଓ ସକ୍ରିୟ ପରୀକ୍ଷଣ କୁ ନେଇ ଗୁଣାତ୍ମକ ଶିକ୍ଷା ଅର୍ଜନ କରିବା ପାଇଁ ବିଭିନ୍ନ ଉଦାହରଣ ଦେଇ ଉପସ୍ଥିତ ବାଳାଶ୍ରମର ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରାଯାଇଥିଲା l ଛାତ୍ର ପରମେଶ୍ଵର ଧନ୍ୟବାଦ ଅର୍ପଣ କରିଥିଲେ l

Advertisement