ବ୍ରହ୍ମପୁର,(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ଲାଞ୍ଜିଆ ଗାଁରେ ରାମାୟଣ ନାଟକ ପରିବେଷଣ ବେଳେ ମଞ୍ଚରେ ଲାଗିଲା ନିଆଁ। କାଳୀ ମନ୍ଦିରର ବାର୍ଷିକ ଉତ୍ସବ ଅବସରରେ ବଉଳଝୁଳି ଓ କୋଦଳା ଗ୍ରାମର ଦୁଇଟି ରାମାୟଣ ପାର୍ଟି ନାଟକ ପରିବେଷଣ ବେଳେ ବାଣ ଫୁଟାଯାଇଥିଲା। ହେଲେ ସେଥିରୁ ବାହାରିଥିବା ନିଆଁ ଷ୍ଟେଜ ତଳେ ଥିବା ବାଣରେ ଲାଗିଯିବା ଫଳରେ ବଉଳଝୁଳି ରାମାୟଣ ପାର୍ଟିର ମଞ୍ଚ ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ନଷ୍ଟ ହୋଇଯାଇଛି।

















