ପୁରୀ,୨୯|୦୬(ଡ଼ି.ଏଚ ବ୍ୟୁରୋ):-ଆଜି ଜ୍ୟେଷ୍ଠମାସ ପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀଜୀଉମାନେ ସ୍ନାନ ବେଦୀରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦୁର୍ଲ୍ଲଭ ଗଜାନନ ବେଶରେ ଦର୍ଶନ ଦେବେ। ସ୍ନାନ ବେଦୀରେ ମହାପ୍ରଭୁଙ୍କ ଏହି ଗଜାନନ ବେଶ ସବୁଠାରୁ ଆକର୍ଷଣୀୟ ଓ ମନୋମୁଗ୍ଧକର। ଫଳରେ ଭକ୍ତମାନେ ଶ୍ରୀବିଗ୍ରହଙ୍କୁ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ପ୍ରଶାସନ ପକ୍ଷରୁ ମାର୍କେଟ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି।

















