ସାନଖେମୁଣ୍ଡି ବ୍ଲକ ପ୍ରଶାସନଙ୍କୁ ଧନ୍ୟବାଦ ଦେଲେ ଗ୍ରାମବାସୀ l

3
ADVERTISEMENT

ସାନଖେମୁଣ୍ଡି,୨୯|୦୬(ସପନ ଦାସ ):-ସାନଖେମୁଣ୍ଡି ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀ ଜିତେନ୍ଦ୍ର ମିଶ୍ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମନ୍ଦିରର ପରିଚାଳନା କମିଟି ଓ ଗ୍ରାମ ବାସୀ ସହଯୋଗ କ୍ରମେ ସାନଖେମୁଣ୍ଡିର ଅନେକ ପୁରାତନ ମନ୍ଦିରର ସୌଦଯ୍ୟକରଣରେ ବ୍ୟାପକ ପରିବର୍ତନ ଦେଖିବାକୁ ମିଳିଛି l ଦୀର୍ଘ ଦୁଇ ବର୍ଷ ମଧ୍ୟରେ ସାନଖେମୁଣ୍ଡିର ୩0 ମନ୍ଦିରର ନବୀକରଣ ହେଇଥିବା ବେଳେ ବର୍ତ୍ତମାନ ସାନଖେମୁଣ୍ଡି ବ୍ଲକର ଗଙ୍ଗାପୁର ପଂଚାୟତର ନରସିଂହଗଡ଼ ଥିବା,ଶ୍ରୀ ସ୍ଵପ୍ନେଶ୍ଵର ମନ୍ଦିର,,ରୂପ ରେଖା ସମ୍ପୂର୍ଣ ବଦଳି ଯାଇଛି l ଗ୍ରାମବାସୀ କହିବା ଅନୁସାରେ ଦୀର୍ଘ ୫0ବର୍ଷ ହେଲା ଏହି ମନ୍ଦିର ଏମିତି ରହିଥିଲା ଗ୍ରାମବାସୀ ପ୍ରଶାସନଙ୍କୁ ଅନୁରୋଧ କରିଥିଲେ l

ସାନଖେମୁଣ୍ଡି ବିଡିଓ ଯୋଗ ଦେଲା ପରେ କାର୍ଯ୍ୟକୁ ହାତକୁ ନେଇ ମନ୍ଦିର କାର୍ଯ୍ୟ ଶେଷ ପଯ୍ୟlୟରେ ଏପରିକି ପୂର୍ବରୁ ମନ୍ଦିର ଲୋକଙ୍କୁ ଏହି ପୀଠ ସମଗ୍ର ଅଞ୍ଚଳ ତଥା ଜିଲ୍ଲାର ଆସୁଥିବା ଶ୍ରଦ୍ଧାଳୁ ପାଇଁ ଖୁବ ଆକର୍ଷଣ ପାଲଟିଛି l ନବୀକରଣ ସକାଶେ ରାଜ୍ୟ ସରକାର ଙ୍କ ଅନୁଦାନ, ବିଧାୟକ ହାତ ପାଣ୍ଟି, ପଂଚାୟତ ସମିତି, ବିକଶିତ ଓଡିଶା ବିକଶିତ ଗାଁ,ଗ୍ରାମ ପଂଚାୟତ ଅନୁଦାନରେ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l ସମ୍ମୁଖ ଭାଗରେ ଯଜ୍ଞ ମଣ୍ଡପ, ପାର୍କ, ନୃତନ ଭାବେ ନିର୍ମାଣ କରିଯାଇଛି l ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ମିଶ୍ରଙ୍କ ନିସ୍ୱାର୍ଥପର ସେବା କାର୍ଯ୍ୟ ଯୋଗୁଁ ଆଜି ମନ୍ଦିର ହେଉଛି ଗ୍ରାମୀଣ ଜନତା ର ଆସ୍ଥା ଓ ବିଶ୍ୱାସ ର କେନ୍ଦ୍ର ତାହାର ପୁନଃରୁଦ୍ଧାର ଓ ସୌଧର୍ଯ୍ୟକରଣ ଦ୍ୱାରା ସାନଖେମୁଣ୍ଡି ପ୍ରଶାସନ ଏବଂ ଲୋକଙ୍କ ସରକାର ଲୋକଙ୍କ ନିକଟତର ହେଇ ପାରିଛି l

Advertisement