ବରପଲ୍ଲୀ ଶିଳ୍ପାଞ୍ଚଳର ଶୁଭାରମ୍ଭ, କଲେ ମୁଖ୍ୟମନ୍ତ୍ରୀ।

2
ADVERTISEMENT

କୁକୁଡ଼ାଖଣ୍ଡି,୨୮|୦୬(ଇ ରଞ୍ଜନ):-ରାଜ୍ୟରେ ଏମଏସଏମଇ କ୍ଷେତ୍ରକୁ ନୂତନ ଗତି ଦେବା ପାଇଁ ‘ଉଦ୍ୟମୀ ଓଡ଼ିଶା’ କାର୍ଯ୍ୟକ୍ରମ ଶନିବାର ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକର ବରପଲ୍ଲୀ ଶିଳ୍ପାଞ୍ଚଳରେ ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭାରମ୍ବ କରିଛନ୍ତି। ଏହି ଅବସରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଭି. କିର୍ତ୍ତିଭାସନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳ୍ପାଞ୍ଚଳର ଶୁଭାରମ୍ଭ କରିଥିଲେ। ସେ କହିଲେ, “ନୂତନ ଶିଳ୍ପ ପ୍ରତିଷ୍ଠା ଦ୍ୱାରା କୁକୁଡ଼ାଖଣ୍ଡି ଓ ଆଖପାଖ ଅଞ୍ଚଳର ଯୁବକ-ଯୁବତୀମାନଙ୍କ ପାଇଁ ସିଧାସଳଖ ରୋଜଗାର ସୁଯୋଗ ସୃଷ୍ଟି ହେବ।”, ଇଡକୋ ପକ୍ଷରୁ ପ୍ରାୟ ୩୦ ଏକର ଜମିରେ ବିକଶିତ ହେଉଥିବା ଏହି ଶିଳ୍ପାଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୪ ଏକର ଜମି ଆବଣ୍ଟନ ହୋଇଛି। ଆଉ ୫ ଏକର ଜମି ଶିଳ୍ପ ସ୍ଥାପନ ପାଇଁ ଚିହ୍ନଟ ହୋଇଛି। ଏଠାରେ ତୁରନ୍ତ ୩ଟି ଶିଳ୍ପ ୟୁନିଟ୍ ଆରମ୍ଭ କରିବା ପାଇଁ ଉଦ୍ୟୋଗୀମାନେ ପ୍ରସ୍ତୁତ ହେଉଛନ୍ତି।ପିଡି ସମୀର କୁମାର ଜେନା,ଶିଳ୍ପ ଅଧିକାରୀ ବସନ୍ତ କୁମାର ସେଠି, ସହକାରୀ ଶିଳ୍ପ ଅଧିକରି ହୃଷିକେଶ ବେହେରା, ବୋରିଗାଁ ସରପଞ୍ଚ ସସ୍ମିତା ସାହୁ,ସରପଞ୍ଚ ଏଲ ମୋହନ ଦାସ, ଉଦ୍ୟୋଗୀ ମିନାକ୍ଷୀ ଦାସ, ରବି ନାରାୟଣ ଆଚାର୍ଯ୍ୟ ଙ୍କ ସହ ଶିଳ୍ପ ବିଭାଗ ଓ ଉଦ୍ୟୋଗପତି ମାନେ ଉପସ୍ଥିତ ଥିଲେ।

Advertisement