ପୁରୀ,୨୭|୦୬(ଡ଼ି.ଏଚ ବ୍ୟୁରୋ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ସରିପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ l ଦିନ ଦ୍ୱିପହରରେ ୪ ଜଣ ଦୁର୍ବୃତ୍ତ ସ୍କୁଲ ଭିତରେ ପଶି ଶିକ୍ଷକ ଅକ୍ଷୟ ବିଶ୍ୱାଳଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହି ଘଟଣାକୁ ନେଇ ପ୍ରାଥମିକ ଶିକ୍ଷକ ସଂଘ ତୀବ୍ର ନିନ୍ଦା କରିବା ସହ ପୋଲିସ ପ୍ରଶାସନକୁ ଖୋଲା ଚେତାବନୀ ଦେଇଛନ୍ତି।


















