ଭୁବନେଶ୍ବର,୨୬/୮(କୁନା ପ୍ରଧାନ) : ନବୀନଙ୍କ କୋଟିପତି ମନ୍ତ୍ରୀ । ୨୧ ରୁ ୧୩ କୋଟିପତି। ନମ୍ବର ଏକରେ ନିଜେ ନବୀନ। ମୋଟ ସଂପତ୍ତି ୬୩ କୋଟି ୮୭ ଲକ୍ଷ ୨୦୧୪ ତୁଳନାରେ ନବୀନଙ୍କ ସଂପତ୍ତି ବଢିଛି ‘୪୨୯’ ପ୍ରତିଶତ। ୨୦୧୪ରେ ଥିଲା ୧୨ କୋଟି । ମନ୍ତ୍ରୀ ମଣ୍ଡଳର କୋଟିପତି ତାଲିକାର ୨ ନମ୍ବରରେ ଅଛନ୍ତି ନବକିଶୋର ଦାସ । ୨୦୧୪ରେ ୧୦ କୋଟି ସଂପତ୍ତିର ମାଲିକ ଥିଲେ ନବ ଦାସ, ସଂପତ୍ତି ବଢିଛି ୨୨୯ ପ୍ରତିଶତ ଏବେ ୩୩ କୋଟିର ମାଲିକ।। ତିନି ନମ୍ବରରେ ପ୍ରତାପ ଜେନା। ତାଙ୍କର ୪ କୋଟିର ସଂପତ୍ତି ୨୦୧୪ରେ ଥିଲା ଏବେ ହୋଇଛି ୯ କୋଟି । ଦିବ୍ୟ ଶଙ୍କର ମିଶ୍ରଙ୍କ ସଂପତ୍ତି ବଢିଛି ୨୪୬ ପ୍ରତିଶତ । ୨ କୋଟିରୁ ବଢି ଏବେ ୯ କୋଟିର ମାଲିକ ହେଉଛନ୍ତି ଦିବ୍ୟ ଶଙ୍କର । ନବୀନଙ୍କ ମନ୍ତ୍ରୀଙ୍କ ଅପରାଧିକ ପୃଷ୍ଠଭୂମି । ୨୧ ରୁ ୮ ମନ୍ତୀଙ୍କ ନାଁରେ ଅଛି ବିଭିନ୍ନ ଅପରାଧ। ଏଥିରୁ ୭ ଜଣଙ୍କ ନାଁରେ ରହିଛି ସଙ୍ଗୀନ ମାମଲା। ସୁଦାମ ମାରାଣ୍ଡିଙ୍କ ନାଁରେ ଅଛି ସବୁଠୁ ଅଧିକ ୧୧ ଟି ମାମଲା। ସୁଦାମଙ୍କ ବ୍ୟତୀତ ସୁଶାନ୍ତ ସିଂ, ସମୀର ଦାଶ , ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ପ୍ରଫୁଲ୍ଲ ମଲ୍ଲିକ, ଜଗନ୍ନାଥ ସାରକାଙ୍କ ନାଁରେ ବି ଅପରାଧ ମାମଲା ରହିଛି। ସତ୍ୟାପାଠ ଆଧାରରେ ଏ ତଥ୍ୟ ପଦାକୁ ଆଣିଛି ଏଡିଆର ।

















