Thursday, August 20, 2026
ADVERTISEMENT
Home ଆଞ୍ଚଳିକ କୁକୁଡାଖଣ୍ଡି ବ୍ଲକର ୫ଟି ପଞ୍ଚାୟତରେ ଅନ୍ନପୂର୍ଣ୍ଣା ଯୋଜନାର ଅତିରିକ୍ତ ଚାଉଳ ଓ ମଧୁବାବୁ ପେନସନ କାର୍ଡ...

କୁକୁଡାଖଣ୍ଡି ବ୍ଲକର ୫ଟି ପଞ୍ଚାୟତରେ ଅନ୍ନପୂର୍ଣ୍ଣା ଯୋଜନାର ଅତିରିକ୍ତ ଚାଉଳ ଓ ମଧୁବାବୁ ପେନସନ କାର୍ଡ ବଣ୍ଟନ l

18
ADVERTISEMENT

କୁକୁଡାଖଣ୍ଡି,୨୩।୦୬(ଇ ରଞ୍ଜନ ):-କୁକୁଡାଖଣ୍ଡି ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅଧୀନ କୁକୁଡାଖଣ୍ଡି ବ୍ଲକର ୫ଟି ପଞ୍ଚାୟତ – ଲୋଚାପଡା, ନିମଖଣ୍ଡି, ବୋରିଗାଁ, ଗୁରୁଣ୍ଠି ଓ ହୁଗୁଳାପଟ୍ଟାରେ ଆଜି ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଯୋଜନା ସହ ମଧୁବାବୁ ପେନସନ ଯୋଜନା ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଛି ।ଖଣି ଓ ପରିବହନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଅର୍ଣ୍ଣପୂର୍ଣ୍ଣା ଯୋଜନା ଅଧୀନରେ ଏନଏଫଏସଏ ଓ ଏସଏଫଏସଏସ ହିତାଧିକାରୀଙ୍କୁ ପ୍ରତି ମାସରେ ମିଳୁଥିବା ୫ କିଲୋ ଚାଉଳ ସହ ଅତିରିକ୍ତ ୫ କିଲୋ ଚାଉଳ ଯୋଗାଇଦେବା ପାଇଁ ଘୋଷଣା ହୋଇଥିଲା । ଏହାଦ୍ୱାରା ହିତାଧିକାରୀମାନେ ବର୍ତମାନ ୧୦ କିଲୋ ଚାଉଳ ପାଇପାରିବେ ।ସେହିପରି ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନିର୍ବାଚନ ମଣ୍ଡଳୀର ସମସ୍ତ ଗରିବ ଜନସାଧାରଣଙ୍କୁ ରାସନ କାର୍ଡ ସହ ମଧୁବାବୁ ପେନସନ ଯୋଜନାର ହିତାଧିକାରୀମାନଙ୍କୁ ୫ ମାସର ପେନସନ ଟଙ୍କା ଓ ପେନସନ କାର୍ଡ ବଣ୍ଟନ କରାଯାଇଛି ।

ମନ୍ତ୍ରୀଙ୍କ କୁକୁଡାଖଣ୍ଡି ପ୍ରତିନିଧି ସୂର୍ଯ୍ୟମଣି ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବଣ୍ଟନ କାର୍ଯ୍ୟକ୍ରମରେ ଗୋଷ୍ଠୀ ଯୋଗାଣ ଅଧିକାରୀ ସୁଧାକର ମଲ୍ଲିକ,ଗ୍ରାମ ପଂଚାୟତ ଅଧିକାରୀ ଅଶୋକ ପଟ୍ଟନାୟକ,ଲୋଚାପଡା ପଞ୍ଚାୟତର ସରପଞ୍ଚ ଏଲ. ମୋହନ ଦାସ, ସମିତିସଭ୍ୟ ଚଣ୍ଡୀଚରଣ ସାହୁ, ପିଇଓ ଚିନ୍ମୟ ବେହେରା,ଯୋଗାଣ ସହାୟକ ସୁଜିତ ପାତ୍ର,ନିମଖଣ୍ଡି ସରପଞ୍ଚ ଶଶୀ ବେହେରା,ସମିତିସଭ୍ୟା ବିଷ୍ଣୁ ବେହେରା, ନିମଖଣ୍ଡି ପିଇଓ ଇତିଶ୍ରୀ ମହାନ୍ତି, ବୋରିଗାଁ ସରପଞ୍ଚ ସସ୍ମିତା ସାହୁ, ପିଇଓ ରାଜେଶ ରାଓ,ଯୋଗାଣ ସହାୟକ ରାଜେଶ୍ୱରୀ ସାହୁ ସମିତିସଭ୍ୟ ସନ୍ତୋଷ ସାହୁ, ଗୁରୁଣ୍ଠି ସମିତିସଭ୍ୟା କେ. ରାଜଲକ୍ଷ୍ମୀ ଦାସ, ନ୍ୟାୟ ସରପଞ୍ଚ ବିଷ୍ଣୁ ସେଠି, କେ. ଚନ୍ଦ୍ରଶେଖର ଦାସ, ହୁଗୁଳାପଟ୍ଟା ସରପଞ୍ଚ ବି ବାପେୟା ପାତ୍ର, ପିଇଓ ବିଦୀପ୍ତ ତହଲ, ଯୋଗାଣ ସହାୟକ ଏ ସୁମନ ବାବୁ ରାଓ,ଗଣେଶ ବେହେରା, ଲକ୍ଷ୍ମଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ଯୋଜନାଦ୍ୱାରା ଅଞ୍ଚଳର ଗରିବ ଓ ବୃଦ୍ଧ ହିତାଧିକାରୀମାନେ ଉପକୃତ ହେବେ ବୋଲି ସ୍ଥାନୀୟ ଲୋକେ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Advertisement