ନୟାଗଡ଼,୨୨|୦୬(ପ୍ରଭାକର ଶିରୋମଣି ):- ବିଶ୍ୱ ଯୋଗ ଦିବସ ଅବସରରେ ନୟାଗଡ଼ ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ଗ୍ରାମ ପଞ୍ଚାୟତ ସଭା ଗୃହରେ ରବିବାର ଆଶା କର୍ମୀମାନେ ରୋଗୀ ଚିହ୍ନଟ ପ୍ରକ୍ରିୟାରେ ସାମିଲ ହୋଇଥିବା ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ବିଭିନ୍ନ ଯୋଗାଭ୍ୟାସ ଶିକ୍ଷା କରିଥିଲେ l ସ୍ଥାନୀୟ କୁଞ୍ଜବିହାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ରାଜୀବ ଲୋଚନ ନାୟକ ଏହି ଯୋଗାଭ୍ୟାସକୂ ପରିଚାଳନା କରିଥିଲେ l ଅପର ପକ୍ଷରେ ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୂଆ ଗଡ଼ିଆ ସାହି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ରେ ଥିବା କଣ୍ଟିଲୋ ଓ ପାଟଣା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଆନୁକୂଲ୍ୟରେ ଆୟୋଜିତ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ରୋଗୀ ଚିହ୍ନଟ ପ୍ରକ୍ରିୟା ପଞ୍ଚାୟତ ପରିସର ରେ ଅନୁଷ୍ଠିତ ହୋଇ କେନ୍ଦ୍ର ସରକାର ଙ୍କ ଵୟୋ ବନ୍ଦନା କାର୍ଡ ପଞ୍ଜିକୃତ କରାଯିବା ସହିତ ହିତାଧି କାରୀ ମାନଙ୍କ ରକ୍ତ ହୀନତା,ଅଣ ସଂକ୍ରlମକ ରୋଗ, ଡାଇବେଟିସ ଓ ମେଲେରିଆ ଆଦି ରୋଗର ଚିହ୍ନଟ କରାଯାଇଥିବା ବେଳେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ “କେୱାଇସି “ଓ “ଏବି ପିଏମ ଯେ ଏ ଭି ” ର କାର୍ଡର ପରୀକ୍ଷା ନିରୀକ୍ଷା କରାଯାଇଥିଲା l ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପାଣୁ ସାହୁ ପାଟଣା ସ୍ୱାସ୍ଥ୍ୟ ଉପ କେନ୍ଦ୍ର କର୍ମୀ ଶ୍ରଦ୍ଧାଞ୍ଜଳି ସେଠି, ସ୍ୱାସ୍ଥ୍ୟ କର୍ମୀ ଗାୟତ୍ରୀ କାଣ୍ଟି, ଜ୍ୟୋତ୍ସ୍ନା ରାଣୀ ପ୍ରଧାନ ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଦୀନବନ୍ଧୁ ବେହେରା ଯୋଗ ଦେଇ ପରିଚାଳନା କରିଥିଲେ l ଜ୍ୟୋତି ରଞ୍ଜନ ସାହୁ କମ୍ପୁଟର ପରିଚାଳନା କରିଥିଲେ l ଏହି କେନ୍ଦ୍ର ରେ କଣ୍ଟିଲୋ ପାଟଣାର ସମସ୍ତ ଆଶା କର୍ମୀ ଯୋଗ ଦେଇଥିଲେ l ଏହି ସ୍ୱାସ୍ଥ୍ୟ ଶିବିରରେ ୫୦ ଜଣ ରୋଗୀ ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା l

















