ଗଞ୍ଜାମ ଜିଲ୍ଲା ବିଜୁପଟନାୟକ ସିନିଅର ସିଟିଜେନ୍ସ ଫୋରମ ବ୍ରହ୍ମପୁର ପକ୍ଷରୁ ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିରୀକ୍ଷକଙ୍କୁ ସ୍ମାରକ ପତ୍ର ପ୍ରଦାନ l

1
ADVERTISEMENT

ବ୍ରହ୍ମପୁର,୨୨|୦୬(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ବିଜୁ ପଟନାୟକ ସିନିଅର ସିଟିଜେନ୍ସ ଫୋରମ ପକ୍ଷରୁ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ପାତ୍ର ଓ ସାଧାରଣ ସମ୍ପାଦକ ଶ୍ରୀ ସିମାଞ୍ଚଳ ପ୍ରସାଦ ବିଷୋୟୀ ଙ୍କ ନେତୃତ୍ୱ ରେ ବରିଷ୍ଠ ନାଗରିକ ମାନଙ୍କୁ ପୋଲିସ ସୁରକ୍ଷା ପରିଚୟ ପତ୍ର ପ୍ରଦାନ ଉପରେ ଏକ ସ୍ମାରକ ପତ୍ର ଦକ୍ଷିଣାଞ୍ଚଳ ଆରକ୍ଷୀ ମହା ନିରୀକ୍ଷକ ଶ୍ରୀଯୁକ୍ତ ନୀତି ଶେଖର, IPS ଙ୍କୁ ପ୍ରଦାନ କରାଯାଇଥିଲା ଏବଂ ଆଲୋଚନା କରାଯାଇଥିଲା lଦୀର୍ଘ ବର୍ଷ ଧରି ଆରକ୍ଷୀ ଅଧିକ୍ଷକ, ବ୍ରହ୍ମପୁର ଓ ଗଞ୍ଜାମ ଙ୍କ ଅଧୀନରେ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇନାହିଁ l ତେଣୁ ତୁରନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ ଶାଖା ତଥା ବ୍ରହ୍ମପୁର ମହାନଗର ରେ ବରିଷ୍ଠ ନାଗରିକ ମାନଙ୍କ ପରିଚୟ ପତ୍ର ତୁରନ୍ତ ପ୍ରଦାନ ନିମନ୍ତେ ଶ୍ରୀଯୁକ୍ତ ଶେଖର ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା lଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର, ପୁର୍ଣ ଚନ୍ଦ୍ର ମହାରଣା, ମନମୋହନ ପରିଛା, ଅଭିଯୋଗ ପ୍ରକୋଷ୍ଠ ଅଧ୍ୟକ୍ଷ ଶ୍ରୀ ବି. ପ୍ରସନ କୁମାର ପୃଷ୍ଟି, କୋଷାଧକ୍ଷ ଶ୍ରୀ ଶରତ କୁମାର ପାତ୍ର,ରବୀନ୍ଦ୍ର ମହାରଣା, ରବୀନ୍ଦ୍ର ନାଥ ରଥ, ସନ୍ତୋଷ କୁମାର ସାହୁ ଏସ. ହରିହର ପାତ୍ର ପ୍ରମୁଖ ବହୁ ସଦସ୍ୟ ଯୋଗଦାନ କରି ଆଲୋଚନା ରେ ଭାଗ ନେଇଥିଲେ l

Advertisement