Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ଶୀତଳଷଷ୍ଠୀରେ ବିଭିନ୍ନ ଶୈବପୀଠ ଉତ୍ସବ ମୁଖର l

ଶୀତଳଷଷ୍ଠୀରେ ବିଭିନ୍ନ ଶୈବପୀଠ ଉତ୍ସବ ମୁଖର l

17
ADVERTISEMENT

ବ୍ରହ୍ମପୁର,୨୦।୦୬(ଋଷିକେଶ ବେହେରା ):-ଗଞ୍ଜାମ ଜିଲ୍ଲାରେ ପବିତ୍ର ଶୀତଳଷଷ୍ଠୀ ଅବସରରେ ଗଞ୍ଜାମ ସହରାଞ୍ଚଳ ଓ ଗଞ୍ଜାମ ବ୍ଲକରେ ରହିଥିବା ବିଭିନ୍ନ ଶୈବପୀଠ ଉତ୍ସବ ମୁଖର ହୋଇଉଠିଥିବା ପରିଲକ୍ଷିତ ହୋଇଛି l ସମସ୍ତ ଶୈବାପୀଠରେ ଦେବଦେବ ମହାଦେବ ଓ ଦେବୀ ପାର୍ବତୀ ଙ୍କ ଶୁଭ ବିବାହ ପରମ୍ପାରିକ ରୀତିନୀତି ଅନୁଯାଇ ସମ୍ପର୍ଣ୍ଣ ହୋଇଥିଲା l ବର ପିତା ଓ କନ୍ୟା ପିତା ହୋଇ ଆଧ୍ୟାତ୍ମିକ ବ୍ୟକ୍ତି ମାନେ ଦେବ ଦମ୍ପତୀଙ୍କୁ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ l ପଣ୍ଡିତ ଙ୍କ ଙ୍କ ଦେବ ମନ୍ତ୍ର ଧ୍ୱନି ଓ ପରମ୍ପାରିକ ବାଦ୍ୟ ବାଜଣା ମନ୍ଦିର ପରିବେଶରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା l ଗଞ୍ଜାମ ସହରରେ ରହିଥିବା କାଶୀ ବିଶ୍ୱନାଥ ମନ୍ଦିରରେ ବଟକୃଷ୍ଣ ରାଉଳ ଓ ଅରୁଣ ରାଉଳଙ୍କ ତତ୍ୱାବଧାନରେ ଶୀତଳ ଷଷ୍ଟି କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା l ସେହିପରି କଣ୍ଟିଆଗଡ଼ ସ୍ଥିତ ପ୍ରସିଦ୍ଧ ବଟେଶ୍ୱର, କଲ୍ୟାଣପୁର ରାମେଶ୍ବର, ମାଳି ଜଗନ୍ନାଥପୁର ବାଲି ଲୋକନାଥ, କରପଡା ଟୋଲକେଶ୍ଵର, ବୋରିଗାଁ ଝାଡେଶ୍ଵର, ସତୁଳି ମକରେଶ୍ଵର, ପ୍ରୟଗି ଆଳେଶ୍ଵର, ଦାମୋଦରପୁର ବାବା ଆଖଣ୍ଡଳ ମଣି, ଗଞ୍ଜାମର ଖଣ୍ଡେଶ୍ଵର, ରାମେଶ୍ବର ଏପରିକି ସମସ୍ତ ଶୈବପୀଠ ପ୍ରମୁଖ ସମେତ ସମସ୍ତ ଶୈବପୀଠ ମାନଙ୍କରେ ଶୀତଳ ଷଷ୍ଟି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l

Advertisement