ଗଞ୍ଜାମ:୧୮/୦୬(ଋଷିକେଶ ବେହେରା):-ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୋଡ଼ମପେଟା ଓଡ଼ିଆରପି କଲୋନୀରେ ଅନ୍ତର୍ଜାତୀୟ ସ୍ତରୀୟ ସାମାଜିକ ସଂଗଠନ ଭିୟୁସ୍ ପକ୍ଷରୁ ଡ଼ିଜିଟାଲ୍ ଲିଟେରେଶି କେନ୍ଦ୍ର ପରିସରରେ ସ୍ଥାନୀୟ ଅଞ୍ଚଳର କିଶୋର କିଶୋରୀ ମାନଙ୍କୁ ଲିଟିଲ୍ ଟିଚର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଉଦ୍ଘାଟନ କାର୍ଯ୍ୟକ୍ରମରେ ଓଡ଼ିଶା ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ଛାତ୍ରଛାତ୍ରୀ ଙ୍କ ପାଇଁ ଶିକ୍ଷା ଗ୍ରହଣ ଓ ଶିକ୍ଷାଦାନ କେତେ ମହତ୍ତ୍ୱ ପୌରାଣିକ ତଥ୍ୟ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ l ମୁଖ୍ୟବକ୍ତା ଅନ୍ୟତମ ଅତିଥି ଭାବେ ତଥା ପ୍ରଶିକ୍ଷକ ଭାବେ ଯୁବ ସଂଗଠକ ତଥା ସ୍ୱାସ୍ଥ୍ୟ ପରାମର୍ଶଦାତା ଡି. ଦେବହରି ରେଡି ବିଭିନ୍ନ ଗୋଷ୍ଟି ଭିତ୍ତିକ କ୍ରୀଡା ଓ ସଙ୍ଗୀତ ଦ୍ୱାରା ଉତ୍ସାହିତ କରିବା ସହ ଜୀବନରେ ପ୍ରତି ମୁହୂର୍ତ୍ତରେ ଶିକ୍ଷା ଗ୍ରହଣ ଓ ଶିକ୍ଷାଦାନ ପ୍ରକ୍ରିୟା ଚାଲିଥାଏ l ଏଥିପାଇଁ ନିଜର ଆନ୍ତରିକତା ରହିବା ଉଚିତ ବୋଲି ମତ ପ୍ରକାଶ କରିଥିଲେ l ସମ୍ମାନିତ ଅତିଥିଭାବେ ପୋଡୋମପେଟା ଗ୍ରାମର ପୂର୍ବତନ ୱାର୍ଡ ସଭ୍ୟା ଶ୍ରୀମତୀ ଡି.ହାଡ଼ିଆମ୍ମା ଯୋଗଦେଇଥିଲେ। ଭିୟୁଷ ଅନୁଷ୍ଠାନର କୋଡିନେଟର ଜେ.ଟିଟୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କମ୍ପ୍ୟୁଟର ପ୍ରିଶିକ୍ଷିକା ଶ୍ରୀମତୀ ଡି ପଦ୍ମିନୀ ସଂଯୋଜନା କରିଥିଲେ। ସି.ଏଚ ଗୌରହରି କାର୍ଯ୍ୟକ୍ରମ ସୁପରିଚାଳନା ରେ ସହଯୋଗ କରିଥିଲେ l ଏଥିରେ ସ୍ଥାନୀୟ ଅଞ୍ଚଳର ଷାଠିଏ ରୁ ଉର୍ଦ୍ଧ ବାଳିକା ବାଳକ ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ।



















