କୁକୁଡାଖଣ୍ଡି,୧୬।୦୬(ଇ ରଞ୍ଜନ):-ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରଜ ସଂକ୍ରାନ୍ତି ପାରମ୍ପରିକ ରୀତିନୀତି ଓ ଶ୍ରଦ୍ଧାର ସହ ପାଳିତ ହୋଇଛି । ଜିଲ୍ଲାର ନାଟକପ୍ରିୟ ଭାବେ ଏହି ଗ୍ରାମ ପରିଚିତ ଏହି ଗ୍ରାମ l ପ୍ରଥମ ଦିବସରେ ମାଁ ଗ୍ରାମ ଦେବତୀ ଠାକୁରାଣୀଙ୍କ ନିକଟରେ ପୂଜାର୍ଚନା ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଥାଏ । ରାତ୍ରିରେ ମାଁଙ୍କ ବିରାଟ ପଟୁଆର ଗ୍ରାମର ସମସ୍ତ ସାହି ପରିକ୍ରମା ହୋଇଛି । ଶଙ୍ଖ, ଘଣ୍ଟ ଓ ବିଷ୍ଣୁଙ୍କ ଦଶ ଅବତାର କଳା ପ୍ରଦର୍ଶିତ ହୋଇଥିବା ବେଳେ l ଧୁମ ଧମାକା,ମଧ୍ୟରେ ଶହ ଶହ ଭକ୍ତ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ଏହି ଯାତ୍ରା ପୂର୍ବପୁରୁଷାନୁ କ୍ରମେ ପ୍ରକୃତିକ ବର୍ଷା ପାଇଁ ପ୍ରାର୍ଥନା କରାଯାଉଥିବା କହିଛନ୍ତି ଚାଷୀ । କୃଷକ ବହୁଳ ଜଗଦଳପୁର ଗ୍ରାମରେ ପୂର୍ବରୁ ଚାଷ ଋତୁରେ ଜଳ ଅଭାବ ଓ ବର୍ଷା ଅଭାବ ଦେଖାଦେଉଥିଲା । ଏଥିପାଇଁ ପୂର୍ବଜମାନେ ମାଁ ଠାକୁରାଣୀଙ୍କ ନିକଟରେ ସାମୁହିକ ହୋମଯଜ୍ଞ କରି ବର୍ଷା ପ୍ରାର୍ଥନା କରୁଥିଲେ । ସେହି ପରମ୍ପରା ଏବେ ମଧ୍ୟ ଅବ୍ୟାହତ ରହିଛି ସ୍ଥାନୀୟ ଚାଷୀମାନେ କହିଛନ୍ତି, “ରଜର ପ୍ରଥମ ବର୍ଷାକୁ ଆମେ ଅପେକ୍ଷା କରିଥାଉ । ବର୍ଷା ହେଲେ ହିଁ ଜମିକୁ ଚାଷ କରିବାର ଆନନ୍ଦ ଦ୍ୱିଗୁଣିତ ହୁଏ lଚଳିତ ବର୍ଷ ଗ୍ରାମର ବିଭିନ୍ନ ସାହିରେ, ୮ ଟି ପୌରାଣିକ ନାଟକ ଅନୁଷ୍ଠିତ ହେବ ସେଥିମଧ୍ୟରୁ ମହାଭାରତ ଓ ରାମାୟଣ ନାଟକ ମୁଖ୍ୟ ଆକର୍ଷଣ ପାଲଟିବ l ଓ ଭାରତ ଲୀଳା ଓ ହରିଙ୍କ ଦର୍ଶନ ନାଟକ ମଧ୍ୟ ମନମୁଗ୍ଧ କରିବ ବୋଲି ଯାତ୍ରା ପ୍ରେମୀ ମାନେ ପ୍ରକାଶ କରିଛନ୍ତି ।

ସକାଳୁ ସକାଳୁ ମହିଳାମାନେ ଓ ଛୋଟ ପିଲାମାନେ ନୂଆ ବସ୍ତ୍ର ପରିଧ୍ୟାନ କରି ଦୋଳିରେ ଦୋଳି ଖୁସି ମନାଉଥିବା ବେଳେ ପ୍ରତ୍ୟେକ ଘରେ ପିଠା-ପଣା ତିଆରି କରି ଅତିଥିମାନଙ୍କୁ ଆପ୍ୟାୟିତ କରାଯାଉଛି lବିଧାୟକ ସିଦ୍ଧାନ୍ତ ମହାପାତ୍ର ଉପସ୍ଥିତ ରହି ମାଁ ଙ୍କ ଦର୍ଶନ କରିଥିଲେ ଏଥିରେ ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ସାଂସଦ ପ୍ରତିନିଧି ସନ୍ତୋଷ ଚୌଧୁରୀ,ସମାଜ ସେବୀ ଉଦୟ ବେହେରା,ସରପଞ୍ଚ କ୍ରାନ୍ତି ଦେବୀ, ସମିତିସଭ୍ୟ ରବୀନ୍ଦ୍ର ପାତ୍ର,କୈଳାଶ ବିଷୋୟୀ, ପୂର୍ବତନ ସରପଞ୍ଚ ହାଡୁବନ୍ଧୁ ବେହେରା, ସମେତ ବ୍ଲକ ର ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ l



















