ବ୍ରହ୍ମପୁର ୧୩/୦୬(ଡ଼ି.ଏଚ ବ୍ୟୁରୋ):-ପୋଡ଼ି ହୋଇ ଚିକିତ୍ସାଧୀନ ଅବସ୍ଥାରେ ଏମଭି କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ l ଫଳରେ ପୁରୁଣା ବ୍ରହ୍ମପୁର ପାଣ୍ଡବ ନଗର ଅଞ୍ଚଳରେ ଉତ୍ତେଜନା ପ୍ରକାଶବା ସହ ନ୍ୟାୟ ଓ କ୍ଷତିପୂରଣ ଦାବିରେ ମୃତଙ୍କ ସମ୍ପର୍କୀୟ ଓ ପାଣ୍ଡନଗର ବାସିନ୍ଦା ରାସ୍ତା ଉପରେ ଶବ ରଖି ଟାୟାର ଜାଳି ପାଣ୍ଡବନଗର ମୁଖ୍ୟରାସ୍ତାରେ ଧାରଣା ଦେଇଥିଲେ। ଏବଂ ଆଶୁତୋଷଙ୍କ ମୃତ୍ୟୁ ପାଇଁ ତାଙ୍କ ପତ୍ନୀ ସନ୍ଧ୍ୟା ନାୟକ ଓ ଶାଳକ ଦାୟୀ ବୋଲି କହି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।


















