କୁକୁଡାଖଣ୍ଡି,୧୨।୬(ଇ ରଞ୍ଜନ):-କୁକୁଡାଖଣ୍ଡି,ପିଟିଏଫ ଇଣ୍ଡିଆ ଓପନ ଇଣ୍ଟରନ୍ୟାସନାଲ ତାଏକ୍ୱାଣ୍ଡୋ ଚାମ୍ପିୟନସିପରେ କୁକୁଡାଖଣ୍ଡି ବ୍ଲକ ନିମଖଣ୍ଡି ଅଞ୍ଚଳର କୁନି ଝିଅ ଲିୟାନା ସାହୁ ରୌପ୍ୟ ପଦକ ହାସଲ କରି ସାରା ଗଞ୍ଜାମ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି ।ଲିୟାନା ୩0 କେଜିରୁ ଊର୍ଦ୍ଧ୍ୱ ଶିଶୁ ବର୍ଗରେ ଏହି ସଫଳତା ପାଇଛନ୍ତି । ତାଙ୍କ ସଫଳତା ପରେ ନିମଖଣ୍ଡି ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ଲିୟାନା ସାହୁ ୮ ବର୍ଷ ବୟସ ରେ କାଶ୍ମୀର ଉପତ୍ୟାକା ଶ୍ରୀନଗର ଇଣ୍ଡୋର ଷ୍ଟାଡ଼ିୟମ ରେ ଖେଳା ଯାଇଥିବା ତାଏକ୍ୱାଣ୍ଡୋ ଚାମ୍ପିୟନସିପ ରେ ଅଞ୍ଚଳ ପାଇଁ ଶୀର୍ଷକ ସ୍ଥାନଗ୍ରହଣ କରିଛନ୍ତି l ଲିୟାନାଙ୍କ କୋଚ୍ ଶିକ୍ଷକ ପିୟୁଷ ପ୍ରସାଦ ଷଡ଼ଙ୍ଗୀ କହିଛନ୍ତି,”ଲିୟାନା ବହୁତ ପରିଶ୍ରମୀ । ଅଳ୍ପ ବୟସରୁ ସେ ଯେଉଁ ଅନୁଶାସନ ଦେଖାଇଛି, ଆଗକୁ ସେ ନିଶ୍ଚୟ ସୁନା ପଦକ ଆଣିବ। ନିମଖଣ୍ଡି ଭଳି ଗ୍ରାମାଞ୍ଚଳରୁ ଜଣେ କୁନି ଝିଅ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିବା ଅଞ୍ଚଳର ଅନ୍ୟ ପିଲାମାନଙ୍କ ପାଇଁ ପ୍ରେରଣା ପାଲଟିଛି । ସ୍ଥାନୀୟ ଲୋକେ ଲିୟାନାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।ଲିୟାନାଙ୍କ ବୟସ ୮ ବର୍ଷ ବାପା ରାକେଶ କୁମାର ସାହୁ ମା ଗୀତାଶ୍ରୀ ସାହୁ ଉଭୟ ବି ଖେଳ ରେ ପଦକ ସମ୍ମାନିତ ହୋଇଛନ୍ତି l ଲିୟାନା ପୂର୍ବରୁ ଜାମସେଦପୁର ରେ ଶିକ୍ଷା ଅର୍ଜନ କରିଥିବା ବେଳେ ବର୍ତ୍ତମାନ ବ୍ରହ୍ମପୁର ଗୁରୁକୁଳ ଅନ୍ତର୍ଜାତୀୟ ଆବାସିକ ବିଦ୍ୟାଳୟ ରେ ତୃତୀୟ ଶ୍ରେଣୀ ରେ ଶିକ୍ଷା ଅଧୟନ କରିଛନ୍ତି l ଲିୟାନା ୧୧ ଟି ଦେଶ ର ଚମ୍ପିୟାନ ସିପ ରେ ଯୋଗଦେଇଥିବା ବେଳେ ସେଥି ମଧ୍ୟରୁ ମାଲେସିୟା, ନେପାଳ, ଥାଇଲାଣ୍ଡ ସହ ଖେଳି ଥିବା ତାଏକ୍ୱାଣ୍ଡୋ ଖେଳ ରେ ନେପାଳ ସହ ଗୋଲଡ ମେଡାଲ, ଥାଇଲାଣ୍ଡ ସହ ସୀଲବର ମେଡାଲ, ମାଲେସିଆ ନିମନ୍ତେ ବ୍ରଞ୍ଜ ମେଡାଲ ଭଳି ରୋପକ ମେଡାଲ ହାସଲ କରି ବିଜୟୀ ହୋଇଛନ୍ତି l ଏଥି ଲାଗି ନିମଖଣ୍ଡି ରେ ଗ୍ରାମବାସି, ଜନପ୍ରତିନିଧି ମାନେ ଉତ୍ସବ ମାନେଇଥିଲେ l ଏଥିରେ ନିମଖଣ୍ଡି ସରପଞ୍ଚ ଶଶୀ ବେହେରା, ନିମଖଣ୍ଡି ସମିତି ସଭ୍ୟ ବିଷ୍ଣୁ ବେହେରା, ମନ୍ତ୍ରୀ ପ୍ରତିନିଧି ସୂର୍ଯ୍ୟମଣି ପାତ୍ର,ଚଣ୍ଡୀ ଚରଣ ସାହୁ,ଯୁବ ସମାଜ ସେବୀ ଗୋପାଳ ସାହୁ,ଗଣେଶ ବେହେରା, ରାମଚନ୍ଦ୍ର ସାହୁ, ଶଙ୍କର ସାହୁ, ସୁନୀଲ ପଟ୍ଟନାୟକ, ରାଜେଶ ପଟ୍ଟନାୟକ, ନାରାୟଣ ପଟ୍ଟନାୟକ, ସୁନୀଲ ଦାଶ,ଶ୍ରୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

















