ଆସିକା,୧୨।୬(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଆସିକା ଥାନା ପୁଲିସ ରେଳୱେ ଚାକିରୀ ନାଁରେ ହୋଇଥିବା ବଡ଼ ଠକେଇର ପର୍ଦାଫାଶ କରି ଅଭିଯୋଗ ଆଧାରରେ ଭଦ୍ରକ ଜିଲ୍ଲା ଧୂଷୁରି ଥାନା ଅନ୍ତର୍ଗତ ଓଲଟପୁର ଗ୍ରାମର ଗଦାଧର ନାଥକୁ ଗିରଫ କରିଛି । ସେ ଚାକିରୀ କରାଇଦେବାର ପ୍ରଲୋଭନ ଦେଖାଇ ଆସିକା ଥାନା ଅନ୍ତର୍ଗତ ସାପୁଆ ପଲ୍ଲି ଗ୍ରାମର ବାଳକୃଷ୍ଣ ପାଳ ନାମକ ଆଶାୟୀଙ୍କ ଠାରୁ କିସ୍ତି କିସ୍ତି କରି ବିଭିନ୍ନ ବ୍ୟାଙ୍କ ଟ୍ରାଞ୍ଜେସନ ମାଧ୍ୟମରେ ମୋଟ୍ ୨୧ ଲକ୍ଷ ଟଙ୍କା ଠକି ନେଇଥିଲା ।

















