ଔଷଧ ଦୋକାନ ପଞ୍ଜିକରଣ ପାଇଁ ଲାଞ୍ଚ ଦାବିକରି ଓଡ଼ିଶା ଫାର୍ମାସି ପରିଷଦର ବରିଷ୍ଠ ସହାୟକ ଗିରଫ।

2
ADVERTISEMENT

ଭୁବନେଶ୍ୱର,୧୦।୦୬(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱରରେ ଔଷଧ ଦୋକାନ ପଞ୍ଜିକରଣପାଇଁ ଲାଞ୍ଚ ଦାବି କରି ଓଡ଼ିଶା ଫାର୍ମାସି ପରିଷଦର ବରିଷ୍ଠ ସହାୟକ ବିଶ୍ୱମୋହନ ପଟ୍ଟନାୟକ ଏବଂ ତାଙ୍କର ବ୍ୟକ୍ତିଗତ ସହଯୋଗୀ ମହମ୍ମଦ ଇଜାଜ ଖାନ ଗିରଫ। ସେମାନେ ଜଣେ ଆବେଦନକାରୀଙ୍କ ଠାରୁ ୯,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ ହାତରେ ଗିରଫ ହୋଇଛନ୍ତି l ଏବଂ ସେମାନଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।

Advertisement