Wednesday, July 22, 2026
ADVERTISEMENT
Home ଆଞ୍ଚଳିକ ନିମଖଣ୍ଡି ଥାନା ନିର୍ମାଣରେ ଅହେତୁକ ବିଳମ୍ବ, ଡିଜିପି ଅଫିସରେ ଅଞ୍ଚଳବାସୀଙ୍କ ଗୁହାରି l

ନିମଖଣ୍ଡି ଥାନା ନିର୍ମାଣରେ ଅହେତୁକ ବିଳମ୍ବ, ଡିଜିପି ଅଫିସରେ ଅଞ୍ଚଳବାସୀଙ୍କ ଗୁହାରି l

11
ADVERTISEMENT

କୁକୁଡାଖଣ୍ଡି ,୦୯/୬(ଇ ରଞ୍ଜନ):- କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ନିମଖଣ୍ଡି ଅଞ୍ଚଳ ରେ ପ୍ରସ୍ତାବିତ ଥାନା ନିର୍ମାଣ କାର୍ଯ୍ୟ ବର୍ଷ ବର୍ଷ ଧରି ବିଳମ୍ବ ହୋଇଛି l ସୋମବାର ଅଞ୍ଚଳବାସୀ କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ପହଞ୍ଚି ଥାନା ଖୁବ ଶୀଘ୍ର କାର୍ଯ୍ୟକ୍ଷମ କରିବା କୁ ନିବେଦନ କରିଛନ୍ତି ।ନିମଖଣ୍ଡିର ପୂର୍ବତନ ସରପଞ୍ଚ ପ୍ରଦୀପ ବେହେରାଙ୍କ ନେତୃତ୍ୱରେ କେ. ତ୍ରିପତି ଦାଶ, ଇ. ରଞ୍ଜନ ଓ ଲାଲ କ୍ରିଷ୍ଣା ପାତ୍ରଙ୍କୁ ନେଇ ଏମାନେ ଡିଜିପି ଅଫିସର ଅଭିଯୋଗ ପ୍ରକୋଷ୍ଠରେ ଅତିରିକ୍ତ ପୋଲିସ ନିର୍ଦ୍ଦେଶକ ଏସ.କେ. ପ୍ରିୟଦର୍ଶୀଙ୍କୁ ଅନୁରୋଧ କରିଥିଲେ ।ସମାଜ ସେବୀ ମାନେ କହିଥିଲେ ଯେ, “ନିମଖଣ୍ଡି ଥାନା ନିର୍ମାଣ ପାଇଁ ବିଳମ୍ବ ହୋଇଥିବା ନେଇ ନିବେଦନ କରିଥିଲେ l ଏଥି ଲାଗି ନିମଖଣ୍ଡି ଅଞ୍ଚଳର ଜମିର ୩ ଏକର ରୁ ଉର୍ଦ୍ଧ ଜମି ଚି଼ହ୍ନଟ ହୋଇଛି ଏଥି ଲାଗି ଜିଲ୍ଲା ପ୍ରଶାସନ ତତ୍ପରତା ସହ କାର୍ଯ୍ୟକ୍ଷମ ଚାଲିଛି । କିନ୍ତୁ ନିମଖଣ୍ଡି ଥାନା ଇଲାକା ରେ ଥାନା ନିମନ୍ତେ ଗୋଟିଏ ଇଟା ବି ପଡ଼ିନାହିଁ । ବ୍ରହ୍ମପୁର ଥାନା ବହୁ ଦୂରରେ ଥିବାରୁ ନିମଖଣ୍ଡି ରେ ରହିଛି ଜଗଦଳପୁର ଭଳି ବୋରିଗାଁ ଭଳି 20ରୁ ଅଧିକ ଗ୍ରାମର ଲୋକେ ହଇରାଣ ହେଉଛନ୍ତିଏଡିଜି ଶ୍ରୀ ପ୍ରିୟଦର୍ଶୀ ପ୍ରସଙ୍ଗକୁ ଗୁରୁତ୍ୱର ସହ ଗ୍ରହଣ କରି କହିଛନ୍ତି, “ନିମଖଣ୍ଡି ଥାନା ପ୍ରସ୍ତାବ ସରକାରଙ୍କ ଅଧିନ ରେ ଆଣିବା କୁ ପ୍ରତିଶୃତି ଦେଇ ଆଗାମୀ ଦିନରେ ଗୃହ ବିଭାଗ ପକ୍ଷରୁ ଏଥିପାଇଁ ଅର୍ଥ ମଞ୍ଜୁରୀ ଦିଆଯାଇ କାର୍ଯ୍ୟକ୍ଷମ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି । ଫାଇଲକୁ ତ୍ୱରାନ୍ୱିତ କରିବାକୁ ଆମେ ପଦକ୍ଷେପ ନେବୁ ।”କଟକରୁ ଫେରିବା ବାଟରେ ପ୍ରତିନିଧି ଦଳ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ବାସଭବନରେ ଭେଟି ଥାନା ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ସାଂସଦ ଶ୍ରୀ ପାଣିଗ୍ରାହୀ ଏହି ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି, “ନୂଆ ଥାନା ହେଲେ କେବଳ ଆଇନ ଶୃଙ୍ଖଳା ନୁହେଁ, ଅଞ୍ଚଳର ବିକାଶ ବି ତ୍ୱରାନ୍ୱିତ ହେବ ।”ନିମଖଣ୍ଡି ଅଞ୍ଚଳବାସୀ ଦୀର୍ଘଦିନ ଧରି ଏକ ସ୍ୱତନ୍ତ୍ର ଥାନା ଦାବି କରିଆସୁଛନ୍ତି । ବର୍ତମାନ ଏହି ଅଞ୍ଚଳ ଠୁ ଥାନା ବ୍ରହ୍ମପୁର ରେ ଅସ୍ଥାୟୀ ଭାବେ ଅଛି, ଯାହାର ଦୂରତା 15 କିମିରୁ ଅଧିକ ସହର ମଧ୍ୟରେ ଥିବା ରୁ ଲୋକେ ଥାନା ଖୋଜିବା ବ୍ୟସ୍ତତା ମଧ୍ୟ ରେ ରହୁଥିବା ପ୍ରକାଶ କରୁଛନ୍ତି l ଶୀଘ୍ର ଥାନା ହେଲେ ଲୋକେ ଉପକୃତ ହେବେ ବୋଲି କହିଛନ୍ତି l

Advertisement