ଗୁରୁଣ୍ଠିରେ ଅଖଣ୍ଡ ଦୀପ ଶତାବ୍ଦୀ ସମାରୋହ, ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ସମ୍ପନ୍ନ l

1
ADVERTISEMENT

ଗୁରୁଣ୍ଠି,୦୭|୦୬(ଇ ରଞ୍ଜନ):- କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଣ୍ଠି ଗ୍ରାମରେ ‘ନବ ଚେତନା ବିସ୍ତାର’ ଉଦ୍ଦେଶ୍ୟରେ ଅଖଣ୍ଡ ଦୀପ ଶତାବ୍ଦୀ ସମାରୋହ ତଥା ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ବ୍ରହ୍ମପୁର ଶାଖା ପକ୍ଷରୁ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗ ଓ ଶ୍ରଦ୍ଧାର ସହ ଆୟୋଜିତ ଏହି ମହାଯଜ୍ଞରେ ନଅଟି କୁଣ୍ଡରେ ବୈଦିକ ରୀତିନୀତିରେ ଗାୟତ୍ରୀ ମନ୍ତ୍ର ଆହୁତି ପ୍ରଦାନ କରାଯାଇଥିଲା । ବ୍ରହ୍ମପୁତ୍ର ମାନେ ମନ୍ତ୍ରୋଚ୍ଚାରଣ କରି ବିଶ୍ୱ ଶାନ୍ତି, ଲୋକ କଲ୍ୟାଣ ଓ ସମାଜରେ ନବ ଚେତନା ଜାଗ୍ରତ କରିବା ପାଇଁ ପ୍ରାର୍ଥନା କରିଥିଲେ ଦୀର୍ଘ ୩୦ ବର୍ଷ ଧରି ଏପରି ଗାୟତ୍ରୀ ପରିବାର ଦୀକ୍ଷା ଗ୍ରହଣ କରି ଏଭଳି ଶତାବ୍ଦୀ ସମାରୋହ ଆୟୋଜନ କରାଯାଇଥିଲା । ଅଖଣ୍ଡ ଦୀପ ଗ୍ରାମର ଏକତା, ସଂସ୍କୃତି ଓ ପରମ୍ପରାର ପ୍ରତୀକ ବୋଲି ଆୟୋଜକମାନେ କହିଥିଲେ ।ମହାଯଜ୍ଞ ଦ୍ୱାରା ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଯଜ୍ଞରୁ ଉତ୍ପନ୍ନ ଧୂଆଁ ପରିବେଶକୁ ଶୁଦ୍ଧ କରିବା ସହ ଲୋକଙ୍କ ମନରେ ସକାରାତ୍ମକ ଊର୍ଜା ସଞ୍ଚାର କରିଥିଲା । ଏହି ଯଜ୍ଞ ସମାଜରେ ଭାଇଚାରା, ସଦ୍‌ଭାବନା ଓ ନୈତିକ ମୂଲ୍ୟବୋଧର ବିକାଶ କରିବ ବୋଲି ଉପସ୍ଥିତ ବରିଷ୍ଠମାନେ ମତ ପ୍ରକାଶ କରିଥିଲେ ।ଏହି ଧାର୍ମିକ କାର୍ଯ୍ୟକ୍ରମରେ ଗୁରୁଣ୍ଠି ସମେତ ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ପୂର୍ଣାହୁତି ପରେ ଭକ୍ତମାନଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା । ଗ୍ରାମର ଯୁବକ ସଂଘ ଓ ମହିଳା ମଣ୍ଡଳ ପକ୍ଷରୁ ଶିବିର ପରିଚାଳନା କରାଯାଇଥିଲା ଏଥିରେ ଖଣି ମନ୍ତ୍ରୀଙ୍କ କୁକୁଡାଖଣ୍ଡି ପ୍ରତିନିଧି ସୂର୍ଯ୍ୟମଣି ପାତ୍ର ।

Advertisement