ଅନୁଗୁଳ,୦୫/୦୬(ଡ଼ି.ଏଚ ବ୍ୟୁରୋ):-ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ଲୁହାମୁଣ୍ଡା ନିକଟରେ ରାସ୍ତା କଡରେ ଛିଡାହୋଇଥିବା କୋଇଲା ବୋଝେଇ ଟ୍ରକକୁ ଧକ୍କା ଦେଲା ଦିଲଖୁସ ନାମକ ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ବସ କଣ୍ଡକ୍ଟରଙ୍କର ମୃତ୍ୟୁ ଘଟି ଥିବା ବେଳେ୧୦ରୁ ଅଧିକ ଆହତ ହୋଇଛନ୍ତି । ଏବଂ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।



















