ବ୍ରହ୍ମପୁର,୦୫/୦୬(ଋଷିକେଶ ବେହେରା ):-ପଦ୍ମଶ୍ରୀ ମୋହନ ନାୟକ ପୁରାତନ ଛାତ୍ରଛାତ୍ରୀ ସ୍ମୁତି କମିଟି ଦ୍ଵାରା ପଦ୍ମଶ୍ରୀ ମୋହନ ନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଅବସରରେ ବ୍ରହ୍ମପୁର ସ୍ଥିତ ସବରେଜିଷ୍ଟ୍ରେ ସମ୍ମୁଖରେ ଥିବା ମୋହନ ନାୟକଙ୍କ ପ୍ରତିମୂର୍ତ୍ତିରେ ବ୍ରହ୍ମପୁର ମାନ୍ୟବର ବିଧାୟକ କେ ଅନିଲ କୁମାରଙ୍କ ଦ୍ଵାରା ପୁଷ୍ପାମାଲ୍ୟ ଅର୍ପଣ କରାଯାଇ ସ୍ମୁତି ଚାରଣ ସଭା ସ୍ଥାନୀୟ ଲାଞ୍ଜିପଲି ଦିବ୍ୟ ଜୀବନ ସଂଘ ବାରିସରରେ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମ ରେ ସଭାପତି ଶ୍ରୀ ସୁରେନ୍ଦ୍ର ନାୟକଙ୍କ ସଭାପତିତ୍ୱ ରେ ମାନ୍ୟବର ବିଜେପି ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ କୀର୍ତ୍ତନ ଦାସ ମହୋଦୟ ଦ୍ୱୀପ ପ୍ରଜ୍ଵଳନ କଲେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବି ଡି ଏ ଅଧକ୍ଷ ବ୍ରହ୍ମପୁର ଶ୍ରୀ ଶରତ ରଞ୍ଜନ ପଟ୍ଟନାୟକ।ମୁଖ୍ୟ ଅତିଥି ଶ୍ରୀ ବାସୁଦେବ ନାୟକ ମାଁ ମଙ୍ଗଳା ଗାହାଣ କୁଠିଶାଳ ପ୍ରତିଷ୍ଠିତା ଧରାକୋଟ, ପ୍ରଭୁତି ଅତିଥି ଗଣ ମୋହନ ବାବୁଙ୍କ ବହୁ ମୁଖୀ ଜଣ କଲ୍ୟାଣ କାର୍ଯ୍ୟକ୍ରମ ବିଷୟରେ ବକ୍ତା ମାନେ ନିଜ ନିଜ ବକ୍ତବ୍ୟ ମାନ ରଖିଥିଲେ ।ବହୁ ପୁରାତନ ଛାତ୍ରଛାତ୍ରୀ ତଥା ସନାତନ ପରମହଂସ ନାୟକ,ସନ୍ତୋଷ ମଲ୍ଲିକ,ଫୁଲ ମଣୀ ନାୟକ,କୈଳାଶ ମଲ୍ଲିକ,ନାରାୟଣ ଶବର,ଲିଙ୍ଗରାଜ ଗମାଙ୍ଗ,ରଞ୍ଜନ ନାୟକ,ସୁରଥ କୁମାର ପାତ୍ର,ମନ ମୋହନ ନାୟକ,ରବିବାରି ଦାସ,ସୁଶାନ୍ତ କୁମାର ଦାସ,ମଧୁ ସେଠୀ,ସୁର୍ଯ୍ୟ ଦାସ,ମୋହିନୀ ଦାସ,ଅର୍ପିତ ନାୟକଙ୍କ ସହ ବହୁ ମାନ୍ୟଗଣ୍ୟ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଶେଷରେ ଶ୍ରୀ ତ୍ରିନାଥ ନାୟକ ସାଧାରଣ ସମ୍ପାଦକ ସମସ୍ତ ଉପସ୍ଥିତି କର୍ମକର୍ତ୍ତା ଅତିଥି ଓ ଆଶ୍ରମର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


















