ଜଣେ ବିଧବା ମହିଳାଙ୍କୁ ନିର୍ମମ ଭାବେ ହତ୍ୟାକଲେ ଦୃର୍ବୁତ୍ତ ।

2
ADVERTISEMENT

ବ୍ରହ୍ମପୁର,୧/୬,(ଡ଼ି.ଏଚ ବ୍ୟୁରୋ):ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ବ୍ଲକ୍ ଗୋଲାନ୍ଥର ଥାନା ଅଧୀନ ଚାନ୍ଦପୁର ଗ୍ରାମ ନିକଟ ଭଣ୍ଡାରି ବନ୍ଧ ହୁଡାରେ ଜଣେ ବିଧବା ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୃର୍ବୁତ୍ତ । ମୃତ ମହିଳାଙ୍କ ନାମ ଶାନ୍ତି ଦାସ ହୋଇଥିବାବେଳେ ସେ ସକାଳୁ ଘରୁ ବାହାରି କାଠ ଆଣିବା ନିମନ୍ତେ ଯାଇଥିଲେ l ଏହାଶୁଣି ଗ୍ରାମ ବାସୀ ଏବଂ ପରିବାର ଲୋକେ ଗୋଲାନ୍ଥର। ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ଏବଂ ଖବର ପାଇ ଖଦାଳ ସମାଜର ଦକ୍ଷିଣ ମଣ୍ଡଳ କର୍ମକର୍ତ୍ତା ଓ ସଭପତି ଉକ୍ତ ଗ୍ରାମରେ ପହଞ୍ଚି ଶୋକାକୁଳ ପରିବାରଙ୍କୁ ଆଶ୍ୱସ୍ତି ଜଣାଇଥିଲେ ।

Advertisement