ଭୁବନେଶ୍ୱର,୧/୬,(ଡ଼ି.ଏଚ ବ୍ୟୁରୋ):-ଓଡ଼ିଶା- ଛତିଶଗଡ଼ ସୀମାନ୍ତ ଜାମଝରିଆ ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡାରେ ହେମଗିର ଥାନା ପୁଲିସ ଚଢ଼ଉ କରି ୨୬ଜଣ ଜୁଆଡିଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୧୧ ଲକ୍ଷ ଟଙ୍କା ଜବତ କରିଛି । ଏଥିସହ ସେମାନଙ୍କଠାରୁ ୩ଟି ଦାମୀ କାର୍ (ସିଜି ୧୧ ଏକେ ୫୭୬୮, ସିଜି ୧୦ ସିସି ୫୦୩୧, ସିଜି ୧୩ ବିଏଚ୍ ୭୦୫୮ ) ଓ ୯ଟି ବାଇକ ସହ ୩୧ଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି ।
















