ବ୍ରହ୍ମପୁରରେ ଆଇପିଏଲ୍ ବେଟିଂଙ୍କୁ ନେଇ ପୁଣି ଏକ ଅପରାଧିକ ଘଟଣା ଘଟିଛି।

2
ADVERTISEMENT

ବ୍ରହ୍ମପୁର,୨୯/୫(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁରରେ ଆଇପିଏଲ୍ ବେଟିଂଙ୍କୁ ନେଇ ପୁଣି ଏକ ଅପରାଧିକ ଘଟଣା ଘଟିଛି। ଆଇପିଏଲ୍ର ଜଣେ ବୁକିକୁ ଅପହରଣ କରିନେଇ ବନ୍ଦୀ ରଖିବା ଓ ୪ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟିନେବା ଘଟଣାରେ ନିମଖଣ୍ଡି ପୁଲିସ ୪ ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଏକ କାର ସହ ନଗଦ ୧ ଲକ୍ଷ ଟଙ୍କା ଓ ମୋବାଇଲ ଜବତ କରିଛି।ସେମାନେ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ କୋଟିନାଡା ଗ୍ରାମର ଭଗବାନ ସ୍ୱାଇଁ (୨୭), ସନାତନ ବିଷୋୟୀ(୨୫),ସିପୁନ ସ୍ୱାଇଁ(୨୪)ଏବଂ ନିମଖଣ୍ଡି ଥାନା ଶକ୍ତିନଗର ଅଞ୍ଚଳର ପ୍ରିହନ ନାୟକ ଓରଫ୍ ଭିକି(୨୩)।

Advertisement