ବ୍ରହ୍ମପୁର,୨୯/୫(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ଥାନା ମାର୍କଣ୍ଡି ଗ୍ରାମରେ ଠାକୁରାଣୀ ଯାତ୍ରା ଉପଲକ୍ଷେ ଦୁଇ ନାଟକ ଦଳ ପକ୍ଷରୁ ମହାଭାରତ ନାଟକ ମଞ୍ଚସ୍ଥ ବେଳେ ଗୋଷ୍ଠୀ ସଂଘର୍ଷ ଓ ବୋମାମାଡ଼ l ଏହି ବୋମାମାଡ଼ରେ ୧୬ ଜଣ ଆହତ ହୋଇtଥିବାବେଳେ ପୁଲିସ ଉଭୟ ପକ୍ଷର ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ରାମପଲ୍ଲୀ ଓ ଗୋବିନ୍ଦପୁର ଗ୍ରାମର ନାଟ୍ୟଦଳ ଗାଁରେ ମହାଭାରତ ପରିବେଷଣ କରୁଥିବାବେଳେ କୌଣସି କାରଣକୁ ନେଇ ଉଭୟ ପକ୍ଷ ମଧ୍ୟରେ ହଠାତ୍ ଯୁକ୍ତିତର୍କ ଆରମ୍ଭ ହେବା ପରେ ସେମାନେ ପରସ୍ପରକୁ ଟେକାପଥର, କାଚ ବୋତଲ, ଇଟା ଓ ଅନ୍ୟାନ୍ୟ ଜିନିଷପତ୍ର ଫିଙ୍ଗାଫୋପଡ଼ା କରିଥିଲେ।

















