ଭୁବନେଶ୍ବର,୨୬।୦୫(ଡ଼ି.ଏଚ ବ୍ୟୁରୋ):-ଓଡ଼ିଶାରୁ ମହାରାଷ୍ଟ୍ରକୁ ଗ୍ରୋସରୀ ବୋଝେଇ ଟ୍ରକ୍ରେ ଗଞ୍ଜେଇ ଚୋରାଚାଲାଣ ବେଳେ ୭୦୨ କିଲୋ ଓଜନର ଗଞ୍ଜେଇ ଜବତ । ମହାରାଷ୍ଟ୍ରର ଗୋଣ୍ଡିଆ ଅଞ୍ଚଳରୁ ଏନ୍ସିବି ଉକ୍ତ ଗଞ୍ଜେଇ ଜବତ କରି ଏଥିରେ ସମ୍ପୃକ୍ତ ଥିବା ଦୁଇ ଆନ୍ତଃରାଜ୍ୟ ନିଶା ମାଫିଆ ଏମ୍ ଡି ପ୍ରକାଶ ଓ ଏନ୍.ଏମ୍ ପଦ୍ମଲାଲ ଙ୍କୁ ଗିରଫ କରିଥିବାବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ହେବ।।















